ଓଡିଶା

odisha

ETV Bharat / state

କୋରୋନାର ଦ୍ଵିତୀୟ ଲହର, ସତର୍କ କଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ - କେନ୍ଦ୍ରାପଡା କୋରୋନା ଭାଇରସ ଖବର

କେନ୍ଦ୍ରାପଡା ଜିଲ୍ଲାରେ ବଢୁଥିବା କୋଭିଡ ଦ୍ଵିତୀୟ ଲହରକୁ ଆଖି ଆଗରେ ରଖି କଡା ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ। ଅଧିକ ପଢନ୍ତୁ...

kendrapada collector pressmeet on covid19
କୋରୋନାର ଦ୍ଵିତୀୟ ଲହରକୁ ନେଇ ସତର୍କ କଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ

By

Published : Apr 20, 2021, 2:45 PM IST

କେନ୍ଦ୍ରାପଡା: ଜିଲ୍ଲାରେ କୋଭିଡର ଦ୍ଵିତୀୟ ଲହର ପରେ ସତର୍କ କଲା ଜିଲ୍ଲା ପ୍ରଶାସନ । କେନ୍ଦ୍ରାପଡା ଜିଲ୍ଲାରେ ବଢୁଥିବା କୋଭିଡ ଦ୍ଵିତୀୟ ଲହରକୁ ଆଖି ଆଗରେ ରଖି କଡା ଆଭିମୁଖ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ।

କୋରୋନାର ଦ୍ଵିତୀୟ ଲହରକୁ ନେଇ ସତର୍କ କଲା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ

ଜିଲ୍ଲାପାଳ ଅମ୍ରିତ ଋତୁରାଜ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାରେ ଚଳିତ ସପ୍ତାହରେ ଦୁଇଶହରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ମହାମାରୀ ପାଇଁ ଜିଲ୍ଲାରେ ସମସ୍ତ ରାଜନୈତିକ, ସାଂସ୍କୃତିକ ଓ ଗୋଷ୍ଠୀଗତ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ସେହିପରି ବୁଧବାର ଠାରୁ ଜିଲ୍ଲାରେ ସମସ୍ତ ହୋଟେଲ ଏବଂ ଢ଼ାବା ଗୁଡିକରେ କେବଳ ପାର୍ସାଲ ବ୍ୟବସ୍ଥା କରାଯିବ । କୋଭିଡ ନିୟମ ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଛତାରେ ଥିବା କୋଭିଡ ହସ୍ପିଟାଲକୁ ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବ ଓ ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦ୍ଵିତୀୟ ହସ୍ପିଟାଲ ପଟ୍ଟାମୁଣ୍ଡାଇର ଓବିସି ହଷ୍ଟେଲରେ କରାଯିବ ବୋଲି କହିଛନ୍ତି।

ସେହିପରି ପୂର୍ବରୁ ସମସ୍ତ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ ଟେଷ୍ଟିଂ ଏବଂ ଟୀକାକରଣ କରାଯିବା ସହ ଯେଉଁମାନେ ବାହାର ରାଜ୍ୟରୁ ଫେରୁଛନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଗୃହ ସଙ୍ଗରୋଧରେ ରହିବେ ବୋଲି କୁହାଯାଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details