ଓଡିଶା

odisha

ETV Bharat / state

ସମ୍ଭାବ୍ୟ ବାତ୍ୟା ୟଶକୁ ନେଇ କେନ୍ଦ୍ରାପଡା ପ୍ରଶାସନର ପ୍ରସ୍ତୁତି

ସାମ୍ଭାବ୍ୟ ବାତ୍ୟା ‘‘ୟଶ’’ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ଫନିଠାରୁ ଅଧିକ ସଜାଗ ରହିବା ପାଇଁ ଆଜି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ...

ସମ୍ଭାବ୍ୟ ବାତ୍ୟା ୟଶକୁ ନେଇ କେନ୍ଦ୍ରାପଡା ପ୍ରଶାସନର ପ୍ରସ୍ତୁତି
ସମ୍ଭାବ୍ୟ ବାତ୍ୟା ୟଶକୁ ନେଇ କେନ୍ଦ୍ରାପଡା ପ୍ରଶାସନର ପ୍ରସ୍ତୁତି

By

Published : May 20, 2021, 9:34 PM IST

କେନ୍ଦ୍ରାପଡ଼ା:ସାମ୍ଭାବ୍ୟ ବାତ୍ୟା ‘‘ୟସ’’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ଫନିଠାରୁ ଅଧିକ ସଜାଗ ରହିବା ପାଇଁ ଆଜି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବାତ୍ୟା ପରବର୍ତ୍ତୀ ସମୟରେ ବିଦ୍ୟୁତ ପରିଚାଳନା ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହେଉଥିବାରୁ ଅଧିକ ପରିମାଣର ଖୁଣ୍ଟ ମହଜୁଦ ରଖିବା ସହ ବର୍ତ୍ତମାନ କର୍ମଚାରୀ ସଂଖ୍ୟା ଓ ଆବଶ୍ୟକୀୟ କର୍ମଚାରୀ ଚିଠା ପ୍ରଦାନ କରି ଏହି ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟା ୟଶକୁ ନେଇ କେନ୍ଦ୍ରାପଡା ପ୍ରଶାସନର ପ୍ରସ୍ତୁତି

ସେହିପରି ଲୋକସଂଖ୍ୟା ଅନୁଯାୟୀ ପୂର୍ବରୁ ୧୧୭ଟି ବାତ୍ୟା ଆଶ୍ରୟସ୍ଥଳୀ ଥିବାବେଳେ ଏବେ କୋଭିଡ ମହାମାରୀ ଗାଇଡ଼ଲାଇନ ଅନୁଯାୟୀ ଅଧିକ ୫୦୦ଟି ବିଦ୍ୟାଳୟକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଏପର୍ଯ୍ୟନ୍ତ ବାତ୍ୟାର ସମ୍ଭାବନା ରହିଥିବାବେଳେ କୌଣସି ସ୍ପଷ୍ଟ ଚିତ୍ର ବାତ୍ୟାକୁ ନେଇ ମିଳିନଥିବାବେଳେ ବାତ୍ୟା ହେବାର ୩୬ ଘଣ୍ଟା ପୂର୍ବରୁ ସମସ୍ତ ବ୍ଲକ ହେଡକ୍ବାର୍ଟରରେ ଶୁଖିଲା ଖାଦ୍ୟ ପହଞ୍ଚାଯିବା ପରେ ସେଠାରୁ ଆଶ୍ରୟସ୍ଥଳୀଙ୍କୁ ଖାଦ୍ୟ ପହଞ୍ଚାଇବା ଓ ଆବଶ୍ୟକ ସ୍ଥଳେ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ରହିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details