ଓଡିଶା

odisha

ETV Bharat / state

ମରଣାନ୍ତକ ଆକ୍ରମଣ ମାମଲାରେ ଦୀର୍ଘ ୧୪ ବର୍ଷ ପରେ ମିଳିଲା ନ୍ୟାୟ

ମରଣାନ୍ତକ ଆକ୍ରମଣ ମାମଲାରେ ଦୀର୍ଘ ୧୪ବର୍ଷ ପରେ ମିଳିଲା ନ୍ୟାୟ । ଅଭିଯୁକ୍ତ ବିରୋଧରେ କାରାଦଣ୍ଡ ସହ ଜୋରିମାନା ରାୟ ଶୁଣାଇଲେ କେନ୍ଦ୍ରାପଡା ଦୌରାଜଜ୍ ।

ମରଣାନ୍ତକ ଆକ୍ରମଣ ମାମଲାରେ ଦୀର୍ଘ ୧୪ବର୍ଷ ପରେ ମିଳିଲା ନ୍ୟାୟ
ମରଣାନ୍ତକ ଆକ୍ରମଣ ମାମଲାରେ ଦୀର୍ଘ ୧୪ବର୍ଷ ପରେ ମିଳିଲା ନ୍ୟାୟମରଣାନ୍ତକ ଆକ୍ରମଣ ମାମଲାରେ ଦୀର୍ଘ ୧୪ବର୍ଷ ପରେ ମିଳିଲା ନ୍ୟାୟ

By

Published : Sep 3, 2021, 7:41 AM IST

କେନ୍ଦ୍ରାପଡା: ମରଣାନ୍ତକ ଆକ୍ରମଣ ମାମଲାରେ ଦୀର୍ଘ ୧୪ବର୍ଷ ପରେ ମିଳିଲା ନ୍ୟାୟ । ଅଭିଯୁକ୍ତ ବିରୋଧରେ କାରାଦଣ୍ଡ ସହ ଜୋରିମାନା ରାୟ ଶୁଣାଇଲେ କେନ୍ଦ୍ରାପଡା ଦୌରାଜଜ୍ । ପଟ୍ଟାମୁଣ୍ଡାଇ ଥାନା ତେରୋହି ଗାଁର ରାଜେନ୍ଦ୍ର ସେଠୀ ଘରେ ନଥିବା ସମୟରେ ସେହି ଗାଁର ବିଜୟ ରାଉତ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିଲେ । ଏଥିସହ ଜାତିଆଣ ଆକ୍ଷେପ ମଧ୍ୟ କରିଥିଲେ । ଏବଂ ପରଦିନ ରାଜେନ୍ଦ୍ର ବାହାରକୁ ଯାଉଥିବା ସମୟରେ ବିଜୟ ପୁନର୍ବାର ରାଜେନ୍ଦ୍ରଙ୍କୁ ମାଡ଼ ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ।

ମରଣାନ୍ତକ ଆକ୍ରମଣ ମାମଲାରେ ଦୀର୍ଘ ୧୪ବର୍ଷ ପରେ ମିଳିଲା ନ୍ୟାୟ

ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ୧୮୬/୨୦୦୭ରେ ଏକ ମାମଲା ରୁଜୁ କରାଯାଇଥିଲା । ଏନେଇ ଅଭିଯୁକ୍ତ ବିଜୟକୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ । ଏହି ମାମଲାରେ ମୋଟ ୧୦ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଗତକାଲି ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତ ବିଜୟକୁ ୬ମାସ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ଯଦି ଜୋରିମାନା ଅର୍ଥ ପୈଠ କରିନପାରନ୍ତି ତେବେ ଅଧିକ ୧ ମାସ କାରାଦଣ୍ଡାଦେଶ ଭୋଗିବାକୁ ପଡିବ ବୋଲି କୋର୍ଟ ରାୟ ଦେଇଛନ୍ତି । ଏହି ମାମଲାକୁ ସ୍ୱତନ୍ତ୍ର ସରକାରୀ ଓକିଲ ଗୋକୁଳ ରଞ୍ଜନ ଦାଶ ପରିଚାଳନା କରିଥିଲେ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details