ଓଡିଶା

odisha

ETV Bharat / state

ଚାକିରୀ ଆଶାୟୀ ଖପ୍ପା, ବାଲାଟ ପେପରରେ ଲେଖିଲେ ମନରକଥା !

ଭାଇରାଲ ହେଉଥିବା ଏହି ବାଲାଟ କାଗଜଟି କେନ୍ଦ୍ରାପଡା ୫ ନମ୍ବର ଜୋନର ବୋଲି ସନ୍ଦେହ କରାଯାଉଛି । ସରକାର ଦୀର୍ଘବର୍ଷ ଧରି କନିଷ୍ଠ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ନକରିବା ଏବଂ ବିରୋଧୀ ଦଳ ଗୁଡିକ ସରକାରଙ୍କ ଏହି ମନମାନୀକୁ ନୀରବ ସମର୍ଥନ ଦେବା ମନେକରି ଭୋଟର ଜଣଙ୍କ ଏଭଳି କରିଛନ୍ତି ବୋଲି ସୂଚନା ମିଳିଛି। ଅଧିକ ପଢନ୍ତୁ

ବାଲାଟ ପେପରରେ ଲେଖିଲେ ମନର କଥା
ବାଲାଟ ପେପରରେ ଲେଖିଲେ ମନର କଥା

By

Published : Feb 22, 2022, 8:43 PM IST

କେନ୍ଦ୍ରାପଡା: ସୋସିଆଲ ମିଡିଆରେ ଭାଇରାଲ ହେଲା ବାଲଟ ପେପର । ଜଣେ ଶିକ୍ଷିତ ମତଦାତା ତାଙ୍କ ବାଲାଟ କାଗଜରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବାଲାଟରେ ‘No Junior Teacher requirement, No Vote OJTAA’ ଲେଖି ବାଲାଟ କାଗଜର ଫଟୋକୁ ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ କରିଛନ୍ତି ।

ବାଲାଟ ପେପରରେ ଲେଖିଲେ ମନର କଥା

ଭାଇରାଲ ହେଉଥିବା ଏହି ବାଲାଟ କାଗଜଟି କେନ୍ଦ୍ରାପଡା ୫ ନମ୍ବର ଜୋନର ବୋଲି କୁହାଯାଉଛି । ସରକାର ଦୀର୍ଘବର୍ଷ ଧରି କନିଷ୍ଠ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ନକରିବା ଏବଂ ବିରୋଧୀ ଦଳ ଗୁଡିକ ସରକାରଙ୍କ ଏହି ମନମାନୀକୁ ନୀରବ ସମର୍ଥନ ଦେବା ମନେକରି ଭୋଟର ଜଣଙ୍କ ଏଭଳି କରିଛନ୍ତି ବୋଲି ସୂଚନା ମିଳିଛି।

ଏହି ବାଲାଟ କାଗଜ ଭାଇରାଲ କରିଥିବା ଯୁବକ ଜଣକ ହେଉଛନ୍ତି କେନ୍ଦ୍ରାପଡା କୋରୋ ଅଞ୍ଚଳର ଦିବ୍ୟାଙ୍ଗ ଯୁବକ ନୀଳମାଧଵ ନାୟକ । ଯିଏକି ଦୀର୍ଘ ବର୍ଷ ଧରି ସିଟି ପାସ କରି ବେକାର ହୋଇ ବୁଲୁଛନ୍ତି । ତେବେ ଆଜିର ଏହି ପ୍ରତିଫଳନ ଆଗକୁ ରାଜ୍ୟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପରିସ୍ଥିତି ସୃଷ୍ଟି କରିବ ବୋଲି କୁହାଯାଉଥିବା ବେଳେ ଓଡିଶା ଜୁନିୟର ଟିଚର ଆସ୍ପାଇରାଣ୍ଟ ଆସୋସିଏସନ(OJTAA)ର ସମସ୍ତ ଯୁବକ ଯୁବତୀ ଯଦି ଏଭଳି କରିଥାନ୍ତି ତେବେ ଏହା ଚିନ୍ତାଜନକ ପ୍ରସଙ୍ଗ ହେବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details