ଓଡିଶା

odisha

ETV Bharat / state

ମରଣଯନ୍ତା ପଞ୍ଚୁପାଣ୍ଡବ ଛକ, ସାତ ମାସରେ ଗଲାଣି ସତୁରୀ ଜୀବନ - death

ରାଜ୍ୟ ସରକାର ଖଣିଜ ସମ୍ପଦରୁ ପ୍ରଚୁର ରାଜସ୍ବ ଆଦାୟ କରୁଥିବାବେଳେ ରାଜରାସ୍ତାରେ ଗଡୁଛି ସାଧାରଣ ଜନତାଙ୍କ ମୁଣ୍ଡ । ପ୍ରଶାସନ ବସିଛି ଚୁପ୍ ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, କେନ୍ଦ୍ରାପଡା

By

Published : Jul 9, 2019, 8:36 PM IST

କେନ୍ଦ୍ରାପଡା: ସାତ ମାସରେ ଗଲାଣି ସତୁରୀରୁ ଉର୍ଦ୍ଧ୍ଵ ଜୀବନ । ସଡକ ନିରାପତ୍ତା ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ସଚେତନତା କାର୍ଯ୍ୟକ୍ରମ କରି ଚୁପ ବସୁଛି ପ୍ରଶାସନ । ଅନ୍ୟପଟେ ଖଣିଜ ସମ୍ପଦ ପରିବହନ କରି ଦୁଇଟି ଜିଲ୍ଲାର ରାଜସ୍ବ ବଢୁଥିବା ବେଳେ କେନ୍ଦ୍ରାପଡ଼ା ବାସୀଙ୍କ ଜନ୍ମ କେବଳ ଜାତୀୟ ରାଜପଥରେ ଜୀବନ ହାରିବା ସାର ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦାଦାତା, କେନ୍ଦ୍ରାପଡା

ଗତ ସାତ ମାସ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ପଞ୍ଚୁପାଣ୍ଡବ ଛକ ନିକଟରୁ ମାର୍ଶାଘାଇ ଛକ ଭିତରେ ଅନେକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଯାହାର ଶିକାର ହୋଇଛନ୍ତି କେନ୍ଦ୍ରାପଡା ବାସୀ ଓ ପାରାଦ୍ବୀପକୁ ଯାତାୟାତ କରୁଥିବା ସାଧାରଣ ଲୋକେ । ପ୍ରଶାସନିକ ବାବୁମାନେ NHAIକୁ କେବଳ ଚିଠି ଲେଖି ନିଜ ଦାୟିତ୍ବ ପୂରଣ କରିଦେଉଛନ୍ତି । ଖଣିଜ ସମ୍ପଦର ପରିବହନ ପାଇଁ ପାରାଦ୍ବୀପ ବନ୍ଦରର ପରିକଳ୍ପନା ଓ ଏହାକୁ ଗମନାଗମନ ପାଇଁ କେନ୍ଦ୍ରାପଡ଼ା ଦେଇ ଯାଇଛି ପାଞ୍ଚ ନମ୍ବର(କ)ଜାତୀୟ ରାଜପଥ ।

ରାଜ୍ୟ ଓ କେନ୍ଦ୍ର ସରକାର କେନ୍ଦ୍ରାପଡା ଦେଇ ପାରାଦ୍ବୀପକୁ ଯାଉଥିବା ଲୁହା ପଥର କୋଇଲା ଓ ତୈଳ ସିମେଣ୍ଟ ସାର ଗାଡି ଇତ୍ୟାଦିରୁ ବହୁଳ ପରିମାଣରେ ରାଜସ୍ବ ପାଉଥିବା ସମୟରେ ସେହି ରାସ୍ତା କିନ୍ତୁ ସାଧାରଣ ଲୋକଙ୍କ ପରିବାରର ହସଖୁସି ଛଡାଇନେଉଛି । ଆଉ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ମଧ୍ୟ ଗ୍ରହଣ କରୁ ନାହାଁନ୍ତି ସରକାର ।

ତେବେ ଜିଲ୍ଲା ପ୍ରଶାସନ ଓ ପରିବହନ ବିଭାଗୀୟ ଅଧିକାରୀଙ୍କ ନିକଟରେ ସମାଧାନର ବାଟ ଖୋଜି ଦୁର୍ଘଟଣାକୁ ରୋକିବା ପାଇଁ ସାଧାରଣ ଲୋକେ ଦାବି କରିଛନ୍ତି । ପ୍ରତିକ୍ରିୟାରେ ପରିବହନ ବିଭାଗୀୟ ଅଧିକାରୀ ପାରାଦ୍ବୀପରେ ପାର୍କିଂ ଜୋନ କରାଯାଇଛି ଓ ବେଆଇନ ପାର୍କିଂ ହେବନାହିଁ ବୋଲି କହିଛନ୍ତି । ସେପଟେ ଗତ କିଛିମାସ ଧରି ଟ୍ରକ ଗୁଡିକ ରାଜପଥ ଉପରେ ପାର୍କିଂ ଯୋଗୁଁ ଏଭଳି ଦୁର୍ଘଟଣାମାନ ଘଟୁଥିବା ଓ କୌଣସି ଦୁର୍ଘଟଣା ଘଟିଲେ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗକୁ ଲାଗିଯାଉଛି ୨ ରୁ ୩ ଘଣ୍ଟା । ରାଜପଥ କଡରେ ଟ୍ରକ ପାର୍କିଂ ପାଇଁ ଉଦ୍ଦିଷ୍ଟ ଥିବା ସ୍ଥାନମାନଙ୍କରେ ଲୋକମାନେ ଚାଷ ତଥା ବ୍ୟବସାୟ ଆରମ୍ଭ କରିଦେଇଛନ୍ତି ।

ଅପରପକ୍ଷରେ ଦୁର୍ଘଟଣା ଘଟିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦୋଷାରୋପ କରିବା ସହିତ ଜିଲ୍ଲା ପ୍ରଶାସନ ଯଦି ଉଚିତ ପଦକ୍ଷେପ ଗ୍ରହଣ କରନ୍ତେ ତେବେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା କମିପାରନ୍ତା ବୋଲି କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ ପରିଡା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details