ଓଡିଶା

odisha

By

Published : Dec 20, 2022, 2:02 PM IST

ETV Bharat / state

ଆଳିରେ ବେଆଇନ ବାଲି ଉଠାଣକୁ ବିରୋଧ: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଖରସ୍ରୋତା ଓ କାଣୀ ନଦୀପଠାରୁ ବେଆଇନ ବାଲି ଉତ୍ତୋଳନ ହେଉଥିବା ଅଭିଯୋଗ । ଆନ୍ଦୋଳନ ଚେତାବନୀ ଦେଲେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ଆଳିରେ ବେଆଇନ ବାଲି ଉଠାଣ ଅଭିଯୋଗ
ଆଳିରେ ବେଆଇନ ବାଲି ଉଠାଣ ଅଭିଯୋଗ

ଆଳିରେ ବେଆଇନ ବାଲି ଉଠାଣକୁ ବିରୋଧ

କେନ୍ଦ୍ରାପଡା:ଖରସ୍ରୋତା ଓ କାଣୀ ନଦୀପଠାରୁ ପ୍ରତ୍ୟହ ଶହ ଶହ ଟ୍ରିପ ଲଘୁ ଖଣିଜ ସମ୍ପଦ ବାଲି ଉତ୍ତୋଳନ ହେଉଛି(Illegal sand mining in Kendrapara)। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ସ୍ଥାନୀୟ ତହସିଲ ବିହିତ କାର୍ଯ୍ୟାନୁଷ୍ଠାନ ନେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଆଳି ତହସିଲ ଅଧିନ ପଦନୀପାଳ ଗ୍ରାମରୁ । ତହସିଲ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାରୁ ନଦୀକୂଳରେ ଥିବା ଗରୀବ ଚାଷୀଙ୍କ ଜମି ଏବେ ଖାଲରେ ପରିଣତ ହୋଇଛି ।

ଅଭିଯୋଗ ମୁତାବକ, ଖରସ୍ରୋତ ଓ କାଣୀ ନଦୀକୂଳରେ ସ୍ଥାନୀୟ ଲୋକମାନଙ୍କ ଚାଷ ଜମି ରହିଛି । ହେଲେ ପ୍ରତ୍ୟେକ ଦିନ ଏହିଠାରୁ ଜୋର ଜବରଦସ୍ତ ଶହ ଶହ ଟ୍ରିପ ବାଲି ଉଠାଯାଉଛି । ଏନେଇ ପୂର୍ବରୁ ଆଳି ତହସିଲଦାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ତହସିଲ ପ୍ରଶାସନ ନୀରବଦ୍ରାଷ୍ଟା ସାଜିଛି । ଯାହାଫଳରେ ଏକର ଏକର ଚାଷଜମି ଏବେ ଖାଲରେ ପରିଣତ ହୋଇଛି । ବନ୍ୟା ଆସିଲେ ଏହି ଅଞ୍ଚଳର ଲୋକଙ୍କ ଘର ଓ ଜମି ବନ୍ୟାପାଣିରେ ଭାସି ଯାଉଥିବା ବେଳେ ଏବେ ଦିନରାତି ଡ଼ମ୍ଫର ଓ ଟ୍ରାକ୍ଟରରେ ବାଲି ଚାଲାଣ ଲୋକମାନଙ୍କ ଜୀବନକୁ ବିପଦରେ ପକାଇଛି ।

ଏହାମଧ୍ୟ ପଢନ୍ତୁ: ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ବ୍ଲକ ଉପାଧ୍ୟକ୍ଷ

୨୦୦ ଦଳିତ ପରିବାର ନଦୀ ଠାରୁ ମାତ୍ର ୧୦/୨୦ ମିଟର ଦୂରରେ ରହିଥିବାରୁ ଲୋକେ ଏହି ବେଆଇନ ବାଲି ଉତ୍ତୋଳନ କରିବାକୁ ବିରୋଧ କରିଛନ୍ତି । ଏଥିରେ ସମ୍ପୃକ୍ତ ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଭବିଷ୍ୟତରେ ଆନ୍ଦୋଳନ ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details