ଓଡିଶା

odisha

ETV Bharat / state

ସାମ୍ବାଦିକଙ୍କୁ ମାଡ଼ ଘଟଣା: 2 ମାସ ମଧ୍ୟରେ ପଦକ୍ଷେପ ନେବାକୁ NHRCଙ୍କ ନିର୍ଦ୍ଦେଶ - କନଷ୍ଟେବଳଙ୍କ ଦାଦାଗିରି

କେନ୍ଦ୍ରାପଡାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମହିଳା କନଷ୍ଟେବଳଙ୍କ ମାଡ ମାରିବା ଘଟଣରା ତଦନ୍ତ ନିର୍ଦ୍ଦେଶ ଦେଲେ ଜାତୀୟ ମାନବାଧିକାର କମିଶନ । ଅଧିକ ପଢନ୍ତୁ..

ସାମ୍ବାଦିକଙ୍କୁ ମାଡ଼ ଘଟଣା
ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣା: 2 ମାସ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

By

Published : Jul 28, 2021, 7:30 AM IST

କେନ୍ଦ୍ରାପଡା: କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ APR ଲେଡି କନଷ୍ଟେବଳଙ୍କ ଚାପୁଡ଼ା ମରା ଘଟଣାରେ ୮ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ । ମାସ୍କ ପିନ୍ଧିନଥିବା କନଷ୍ଟେବଳଙ୍କ ଫଟୋ ଉଠାଇଥିବାରୁ ଚାପୁଡା ମାରିଥିଲେ ଲେଡି କନଷ୍ଟେବଳ ।

ସୂଚନା ଅନୁଯାୟୀ ଗତ ୨୧ ତାରିଖରେ କେନ୍ଦ୍ରାପଡ଼ା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଗଣଧାରଣା ଚାଲିଥିଲା । ଏହି ସମୟରେ ଜଣେ ୱେବ ଚ୍ୟାନେଲ ସାମ୍ବାଦିକ ଭୀମସେନ ସେଠୀ ମାସ୍କ ନପିନ୍ଧି ମୋବାଇଲରେ ବ୍ୟସ୍ତ ଥିବା ଜଣେ ମହିଳା APR ପୋଲିସ କନଷ୍ଟେବଳ ପିନୁ ନାୟକଙ୍କ ଫଟୋ ଉତ୍ତୋଳନ କରି ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପିନୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୀମସେନଙ୍କୁ ଚାପୁଡ଼ା ମାରିଥିଲେ, ଯାହାର ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।

ଏହାପରେ ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ କନଷ୍ଟେବଳ ପିନୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ଜିଲ୍ଲାପାଳ ଏବଂ ଏସପିଙ୍କୁ ଭେଟି ଦାବିପତ୍ର ଦେବା ସହ ପୋଲିସ ମହା ନିର୍ଦ୍ଦେଶକ ଏବଂ ମାନ୍ୟବର ରାଜ୍ୟପାଳଙ୍କ ଦୃଷ୍ଟିଗୋଚରକୁ ଆଣିଥିଲେ । ମାନବାଧିକାର କର୍ମୀ ସାଗର ଜେନା ଗତ ୨୨ ତାରିଖରେ ମହିଳା APR ପୋଲିସ କନଷ୍ଟେବଳଙ୍କ ଦ୍ୱାରା ମାଡ଼ ମରାଯାଇଥିବା ଘଟଣାରେ ଉକ୍ତ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ୪ ସପ୍ତାହ ମଧ୍ୟରେ ଘଟଣା ସମ୍ପର୍କରେ ପଦକ୍ଷେପ ନେବାପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଏହି କ୍ଷତିପୂରଣ ଟଙ୍କା ପିନୁ ନାୟକଙ୍କ ଠାରୁ ଭରଣା କରାଯିବା ପାଇଁ ଆବେଦନକାରୀ ସାଗର ଜେନା ପ୍ରାର୍ଥନା କରି ଥିବାବେଳେ କେନ୍ଦ୍ରାପଡ଼ା ଏସପିଙ୍କୁ ଏନେଇ ଜବାବତଲବ ପାଇଁ ମଧ୍ୟ ନିବେଦନ କରିଥିଲେ । ଏନେଇ ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ଅଭିଯୋଗ ଶୁଣାଣି କରାଯାଇ ୮ ସପ୍ତାହ ମଧ୍ୟରେ ପୀଡିତଙ୍କୁ ନ୍ୟାୟ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । କମିଶନ କେଶ ନଂ ୧୫୮୯/୧୮/୨୭/୨୦୨୧ ରେ ଜାତୀୟ ମାନବାଧିକାର କମିଶନଙ୍କ ଆଇନ ବିଭାଗ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଡାନି ଶର୍ମା ଏନେଇ କେନ୍ଦ୍ରାପଡ଼ା ଏସପିଙ୍କୁ ମେଲ ମାଧ୍ୟମରେ ଜଣାଇଥିବା ସୂଚନା ମିଳିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details