କେନ୍ଦ୍ରାପଡା:କାଳବୈଶାଖୀର ତାଣ୍ଡବ ଲୀଳାରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡା ଜିଲ୍ଲା। ଗତକାଲି ମହାକାଳପଡା ବ୍ଲକର 4 ଟି ପଞ୍ଚାୟତରେ ବ୍ୟାପକ ନଷ୍ଟ ହୋଇଛି । ଦେଉଳପଡା, ଅଳାଇଲୋ, ରାଜଗଡ, ମହାକାଳପଡା ପଞ୍ଚାୟତରେ ନଡାଛପର ଘର ଉଡାଇ ନେବା ସହ ଘର ଉପରୁ ଆଜବେଷ୍ଟସ ଉଡାଇ ନେଇଛି । ବିରାଟ ବିରାଟ ଗଛ ଉପୁଡି ପରି ରାସ୍ତା ଅବରୋଧ କରିଛି । ବିଦ୍ୟୁତ ଖୁଣ୍ଟିଗୁଡିକ ଭାଙ୍ଗି ରାସ୍ତାରେ ପଡିବାରୁ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ ହୋଇଛି।
ଘୂର୍ଣ୍ଣଝଡରେ ଉଡିଗଲା ଛାତ; ଜୀବନ ନେଲା ବଜ୍ରାଘାତ
କେନ୍ଦ୍ରାପଡାରେ କାଳବୈଶାଖୀର ତାଣ୍ଡବଲୀଳା । ମହାକାଳପଡା ବ୍ଲକର 4 ଟି ପଞ୍ଚାୟତରେ ବ୍ୟାପକ ନଷ୍ଟ କଲା ଘୂର୍ଣ୍ଣିଝଡ । ବଜ୍ରାଘାତରେ ଗଲା ଜଣଙ୍କ ଜୀବନ । ଅଧିକ ପଢନ୍ତୁ...
ଘୂର୍ଣ୍ଣଝଡରେ ଉଡିଗଲା ଛାତ; ଜୀବନ ନେଲା ବଜ୍ରାଘାତ
ଅନ୍ୟପଟେ, କାଳବୈଶାଖୀର ବଜ୍ରାଘାତରେ ମହାକାଳପଡା ଥାନା ଅନ୍ତର୍ଗତ ବେତବଲାରୀ ଗାଁରେ ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତକ 26 ବର୍ଷିୟ ନନ୍ଦଲାଲ ମଣ୍ଡଳ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ