ଓଡିଶା

odisha

ETV Bharat / state

ସରକାରଙ୍କ ସହଯୋଗକୁ ଅନାଇ ବସିଛନ୍ତି ଅସହାୟ ରମେଶ - kendrapara

ଅସହାୟ ଅବସ୍ଥାରେ ରମେଶ । ଆଗରୁ ରମେଶ ମୂଲ ଲାଗି ନିଜ ପରିବାର କଥା ବୁଝୁଥିଲେ । ହେଲେ ଦୁଃଖ ଏୟା ଯେ, ରମେଶଙ୍କ ପୁଅ ଜନ୍ମରୁ ଅନ୍ଧ ସହ ମାନସିକ ବିକାରଗ୍ରସ୍ତ । ଏବେ ନିଜେ ମଧ୍ୟ ଶାରୀରିକ ଭାବେ ଅକ୍ଷମ । ଯାହାକୁ ନେଇ ଚିନ୍ତାରେ ପରିବାର ବର୍ଗ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jun 25, 2019, 12:12 AM IST

କେନ୍ଦ୍ରାପଡା: କଥାରେ ଅଛି "ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣଇ ସେଣିକି ଯାଇ"। ଏହି ଉକ୍ତିଟିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ରଘୁଦେଇପୁର ପଞ୍ଚାୟତ ଅଧିନସ୍ଥ ନୋଳସାହି ଗ୍ରାମରେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଜିଲ୍ଲାର ଡେରାବିଶ୍ ବ୍ଲକ ରଘୁଦେଇପୁର ପଞ୍ଚାୟତ ଅଧିନସ୍ଥ ନୋଳସାହି ଗ୍ରାମରେ ରୁହନ୍ତି ରମେଶ ମଲିକ, ତାଙ୍କ ପତ୍ନୀ ସଞ୍ଜୁଲତା, 12 ବର୍ଷ ବୟସର ଭିନ୍ନକ୍ଷମ ପୁଅ ଓ 7 ବର୍ଷ ବୟସର ଝିଅ । ରମେଶଙ୍କ ବୟସ ଏବେ 60 ଛୁଇଁଲାଣି । ଆଗରୁ ରମେଶ ମୂଲ ଲାଗି ନିଜ ପରିବାର କଥା ବୁଝୁଥିଲେ । ହେଲେ ଦୁଃଖ ଏୟା ଯେ, ରମେଶଙ୍କ ପୁଅ ଜନ୍ମରୁ ଅନ୍ଧ ସହ ମାନସିକ ବିକାରଗ୍ରସ୍ତ । ଏପଟେ ଘରେ ଥିବା ଗହଣାକୁ ବିକ୍ରି କରି ପୁଅର ଚିକିତ୍ସାରେ ଲଗାଇଲେ ସତ ହେଲେ କିଛି ଲାଭ ହେଲାନି ।

ସପଟେ ରମେଶ ଧୈର୍ଯ୍ୟହରା ହୋଇନଥିଲେ । ମାତ୍ର କାଳ ସାଜିଲା ରୋଗ । ରମେଶଙ୍କୁ ମଧୁମେହ ରୋଗ ହେବା ପରେ ଏବେ ଆଖିକୁ ଆଉ ଦିଶୁନି । ଯାହା ଫଳରେ ସେ ବର୍ତ୍ତମାନ ଅସମର୍ଥ । ଏବେ ପରିବାର ଚଳାଇବା ରମେଶଙ୍କ ପକ୍ଷେ କଷ୍ଟକର ବ୍ୟାପାର । ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁନାହାଁନ୍ତି ରମେଶ । ଏଭଳି ସ୍ଥିତିରେ କେବଳ ଗୋଟିଏ ସାହା ଭରସା ସରକାରଙ୍କ ସହଯୋଗ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details