ଓଡିଶା

odisha

ETV Bharat / state

ଟ୍ରଲି ଟାଣିଲେ ଚଳେ ସାତ ପ୍ରାଣୀ କୁଟୁମ୍ବ, ସରକାରୀ ସହାୟତାକୁ ଅପେକ୍ଷା - kendrapara poor family

ଦେହରେ ରୋଗର ଯନ୍ତ୍ରଣା, ମୁଣ୍ଡ ଉପରେ ପ୍ରତି ମୁହୁର୍ତ୍ତରେ ମୃତ୍ୟୁର ଭୟ। ରହିବାକୁ ଘର ଖଣ୍ଡେ ନାହିଁ। ତା ସାଙ୍ଗକୁ ଗରିବୀ ଓ ଭୋକର ଜ୍ବାଳା, ଯାହା ଶରୀରର କଷ୍ଟକୁ ବଢାଇଦେଉଛି। ସହି ହେଉଛି ନାଁ କହି ହେଉଛି। ଯିବେ ତ କୁଆଡେ ଯିବ। ଭାଗ୍ୟ ଯେବେ ଦାଉ ସାଜିବ ଦୋଷ ବା କାହାକୁ ଦେଇ ହେବ। ସତରେ ଦୁଃଖିଟିକୁ ଭଗବାନ ସବୁବେଳେ ଦୁଃଖରେ ଛାଡିଦିଅନ୍ତି। ଏଇ ଯେମିତି ଏକନଙ୍କ ପରିବାର।

ଭାଗ୍ୟ ଯେବେ ଦାଉ ସାଧେ, ସାହାର ଦେବ କିଏ ?
ଭାଗ୍ୟ ଯେବେ ଦାଉ ସାଧେ, ସାହାର ଦେବ କିଏ ?

By

Published : Sep 13, 2020, 7:13 PM IST

କେନ୍ଦ୍ରାପଡା: ଦେହରେ ରୋଗର ଯନ୍ତ୍ରଣା, ମୁଣ୍ଡ ଉପରେ ପ୍ରତି ମୁହୁର୍ତ୍ତରେ ମୃତ୍ୟୁର ଭୟ। ରହିବାକୁ ଘର ଖଣ୍ଡେ ନାହିଁ। ତା ସାଙ୍ଗକୁ ଗରିବୀ ଓ ଭୋକର ଜ୍ବାଳା, ଯାହା ଶରୀରର କଷ୍ଟକୁ ବଢାଇଦେଉଛି। ସହି ହେଉଛି ନାଁ କହି ହେଉଛି। ଯିବେ ତ କୁଆଡେ ଯିବ। ଭାଗ୍ୟ ଯେବେ ଦାଉ ସାଜିବ ଦୋଷ ବା କାହାକୁ ଦେଇ ହେବ। ସତରେ ଦୁଃଖିଟିକୁ ଭଗବାନ ସବୁବେଳେ ଦୁଃଖରେ ଛାଡିଦିଅନ୍ତି। ଏଇ ଯେମିତି ଏକନଙ୍କ ପରିବାର। ଗୋଟିଏ ପଟେ ସଂସାର ଜଞ୍ଜାଳ ଅନ୍ୟପଟେ ରୋଗିଣା ପୁଅ ଯାହା ଏକନଙ୍କ ବାର୍ଦ୍ଧକ୍ୟ ଯନ୍ତ୍ରଣାକୁ ଉପଶମ ବଦଳରେ ବଢେଇ ଦେଉଛି।

ଭାଗ୍ୟ ଯେବେ ଦାଉ ସାଧେ, ସାହାର ଦେବ କିଏ ?

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଜାତୀୟ ରାଜପଥ କଡ ବଡପାଳଗଡା ନିକଟରେ 33 kV ବିଦ୍ଯୁତ ଖୁଣ୍ଟ ତଳେ ବିପଦ ସଙ୍କୁଳ ଅବସ୍ଥାରେ ଏକ କୁଡିଆ ଘରେ ଆଶ୍ରୟ ନେଉଛନ୍ତି । ଏକନ ବଡ଼ପାଳ ବଜାରରେ ଟ୍ରଲି ଚଳାଇ ନିଜର ପରିବାର ଚଳାନ୍ତି । ଏକନଙ୍କ ୨୫ ବର୍ଷର ଝିଅ ମାନସିକ ବିକାରଗ୍ରସ୍ତ ଥିବା ବେଳେ ଏକମାତ୍ର ୨୨ ବର୍ଷର ପୁଅ ୬ ବର୍ଷ ତଳୁ ଏକ ଦୁର୍ଘଟଣାର ଶିକାର ହୋଇ ଧୀରେ ଧୀରେ ଅକର୍ମଣ୍ୟ ହେବାରେ ଲାଗିଛି । ସେ ଟ୍ରଲି ଚଳାଇ ସଂଧ୍ଯାରେ ଯାହା ଦୁଇ ପଇସା ଘରକୁ ଆଣନ୍ତି ସେଥିରେ ପରିବାର ଚଳେ । ରାସନ କାର୍ଡରେ ମିଳୁଥିବା ଚାଉଳ ଏବଂ ଭତ୍ତାରେ ପରିବାରର ସଦସ୍ୟମାନେ ଦୁଇଓଳି ଦୁଇମୁଠା ସିନା ଖାଇବାକୁ ପାଇଥାନ୍ତି। ହେଲେ ଔଷଧ ପାନେ ଖାଇବାକୁ ଟଙ୍କା ମିଳେନି । ସେଥିପାଇଁ ଚିକିତ୍ସା ନପାଇ ଅସହାୟ ଅବସ୍ଥାରେ ପଡି ରହିଛନ୍ତି ପୁଅ କାର୍ତ୍ତିକ ।

ଗୋଟିଏ ପଟେ ଅସହାୟ ଅବସ୍ଥାରେ ପଡି ରହିଥିବା କାର୍ତ୍ତିକଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି, ଅନ୍ୟପଟେ ଏହି ଭୂମିହୀନ ପରିବାର ପାୱାରଫୁଲ ବିଦ୍ୟୁତ ଖୁଣ୍ଟ ତଳେ ବିପଦ ଶଙ୍କୁଳ ଅବସ୍ଥାରେ ଆଶ୍ରୟ ନେଇଛନ୍ତି । ଜାତୀୟ ରାଜପଥ କଡରେ ଆଶ୍ରୟ ନେଉଥିବା ଏହି ଅସହାୟ ପରିବାର ପାଇଁ ସରକାରଙ୍କ ଭୂମିହୀନ ଯୋଜନାରେ ଖଣ୍ଡେ ଘର ଯୋଗାଇଦେବା ସହ କାର୍ତ୍ତିକଙ୍କ ଚିକିତ୍ସା ପାଇଁ ପ୍ରଶାସନ ନଜର ଦେବା ଆବଶ୍ୟକ ରହିଛି । ଅଧିକନ୍ତୁ ଯଦି ଏହି ଅସହାୟ ପରିବାର ପାଇଁ କିଛି ସରକାରୀ ସହାୟତା ବା ବଦାନ୍ୟ ବ୍ଯକ୍ତିଙ୍କ ସହାୟତା ମିଳିପାରନ୍ତା ତାହେଲେ କାର୍ତ୍ତିକ ଆରୋଗ୍ୟ ହୋଇ ତାଙ୍କ ପରିବାରର ବୋଝ ଉଠାଇ ପାରନ୍ତେ।

ଯଦି କେହି ସହୃଦୟ ବ୍ୟକ୍ତି ସହାୟତାର ହାତ ବଢାଇବାକୁ ଇଚ୍ଛୁକ ତେବେ ଠିକଣା ହେଲା :-ରଙ୍ଗିଲା ମଲ୍ଲିକ UCO bank a/c No - 08413211020400.IFSC - UCBA0000841.UCO BANK , MARSHAGHAI Mo - 9337316091।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details