ଓଡିଶା

odisha

ETV Bharat / state

ଅନ୍ଧ ବିଶ୍ବାସ ଓ କୁସଂସ୍କାରର ବାଟ ଓଗାଡିବେ ଜ୍ଞାନଦେବ ମହାରଣା - Kendrapara

ବିଜ୍ଞାନର ମୂଲ୍ୟବୋଧ ଓ ନୈତିକତା ଉପରେ ଗୁରୁତ୍ୱ ଦେଇ ସଚେତନତା ପଦଯାତ୍ରାରେ ବାହାରିଛନ୍ତି ଜଣେ ଅନ୍ତର୍ଜାତୀୟ ପଦାର୍ଥବିତ ଜ୍ଞାନଦେବ ମହାରଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Feb 9, 2019, 1:29 AM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
କେନ୍ଦ୍ରାପଡା: ବଦଳୁଛି ସମୟ । ହେଲେ ବଦଳି ପାରୁନି ଚିନ୍ତାଧାରା । ଆଜି ବି ଅନ୍ଧବିଶ୍ବାସ ଓ କୁସଂସ୍କାରକୁ ଜାବୁଡି ଧରିଛି ମଣିଷ । ଯାହାର ନିଚ୍ଛକ ଦୃଷ୍ଟାନ୍ତ ମଧ୍ୟ ଦେଖିବାକୁ ମିଳେ । କେତେବେଳେ ପିଲାଙ୍କୁ ଚେଙ୍କ ତ କେତେବେଳେ ଗୁଣିଗାରେଡି । ଆଉ ଯାହାର ବିଶ୍ବାସରେ ଚାଲିଯାଏ ଶହଶହ ନୀରିହଙ୍କ ଜୀବନ । ତଥାପି ମାନିସକ ଭାବଧାରା ବର୍ତ୍ତୀ ପାରୁନି ମଣିଷ । ବିଜ୍ଞାନ ଉପରେ ରୁଚିରଖି ବିଜ୍ଞାନର ମୂଲ୍ୟବୋଧ ଓ ନୈତିକତା ଉପରେ ଗୁରୁତ୍ୱ ଦେଇ ସଚେତନତା ପଦଯାତ୍ରାରେ ବାହାରିଛନ୍ତି ଜଣେ ଅନ୍ତର୍ଜାତୀୟ ପଦାର୍ଥବିତ ଜ୍ଞାନଦେବ ମହାରଣା ।

ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଭଳି ସାମାଜିକ ବ୍ୟାଧିକୁ ଲୋପ କରିବା, ଗାନ୍ଧୀଙ୍କ ଅହିଂସା ଓ ଶାନ୍ତି ସମାଜରେ ପ୍ରତିଷ୍ଠା କରିବା ସହ ବିଜ୍ଞାନ ଉପରେ ରୁଚିରଖି ସେ ଆରମ୍ଭ କରିଛନ୍ତି ସଚେତନା ପଦଯାତ୍ରା । ଏକ ବିକଶିତ ସମାଜ ଗଠନ ଲକ୍ଷ୍ୟରେ ଗତ 3ତାରିଖରେ ଆରମ୍ଭ ହୋଇଥିବା ଏହି ସଚେତନା ପଦଯାତ୍ରା ଯାଜପୁରରୁ କେନ୍ଦ୍ରାପଡାରେ ପହଞ୍ଚିଛି । ଜ୍ଞାନଦେବଙ୍କର ଯିବା ରାସ୍ତାରେ ଯେଉଁ ସ୍କୁଲ କଲେଜ ପଡୁଛି ସେଠାରେ ସେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି । ସେ ଚାଲିଚାଲି କଟକ ଯିବା ପର୍ଯ୍ୟନ୍ତ ଲକ୍ଷ୍ୟ ରଖିଛନ୍ତି ।


ସ୍ୱାଧୀନତା ସଂଗ୍ରାମୀ ଶରତ ମହାରଣା ଓ ଅନ୍ନପୂର୍ଣ୍ଣା ମହାରଣାଙ୍କ ଦାୟାଦ ଏବଂ ଗୋପବନ୍ଧୁ ମହାରଣା ଓ ରମାଦେବୀଙ୍କ ନାତି । ପେଶାରେ ସେ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପଦାର୍ଥବିତ ବିଜ୍ଞାନୀ । IIT କାନପୁରରୁ Ph.D ଲାଭକରି ବିଭିନ୍ନ ଖ୍ୟାତନାମା କଲେଜ ଯଥା ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ବେଙ୍ଗଲୁରୁ, ଇଷ୍ଟିଚ୍ୟୁଟ ଅଫ ଫିଜିକ୍ସ, ଭୁବନେଶ୍ବର ଓ ନାଇଜରରେ ପ୍ରଫେସର ରହିସାରିଛନ୍ତି । ଏଥିସହ ଜାପାନ, ଜର୍ମାନୀ, ଇଂଲଣ୍ଡ, ଜେନିଭା, ସୁଇଜରଲାଣ୍ଡ ଓ ୟୁନାଇଟେଡ଼ ଷ୍ଟେଟରେ ଥିବା ବିଭିନ୍ନ ବୈଦେଶିକ ଖ୍ୟାତିସମ୍ପନ୍ନ ଅନୁଷ୍ଠାନରେ ଅଧ୍ୟାପନା କରି ଦେଶପାଇଁ ସେ ସୁନାମ ଅର୍ଜନ କରିଛନ୍ତି । ଜବାହରଲାଲ ନେହରୁ ଫେଲୋସିଫ, ବିଜୁ ପଟ୍ଟନାୟକ ଆୱାର୍ଡ ଭଳି ବିଭିନ୍ନ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଛି ।

ଜାତିର ଜନକ ଗାନ୍ଧିଜୀଙ୍କ ଶାନ୍ତି ଓ ଅହିଂସା ମାର୍ଗକୁ ଆପଣେଇବା ପାଇଁ ଛାତ୍ର ଓ ଯୁବ ସମାଜକୁ ପ୍ରେରଣା ଓ ସଚେତନତା କରିବା ଉଦ୍ଦେଶ୍ୟରେ ଆରମ୍ଭ କରିଥିବା ପଦଯାତ୍ରାକୁ ପ୍ରଶଂସା କରିଛନ୍ତି କେନ୍ଦ୍ରାପଡ଼ାର ବିଭିନ୍ନ ବର୍ଗର ଲୋକମାନେ । ଆନ୍ତର୍ଜାତୀୟ ପଦାର୍ଥବିତ ଜ୍ଞାନଦେବ ମହାରଣା ଲକ୍ଷ୍ୟ ରଖିଛନ୍ତି ଯଦି ଜଣେ ପିଲା ତାଙ୍କର ଏହି ସଚେତନତା ବାର୍ତ୍ତା ନିଜ ଜୀବନରେ ଲଗାଏ ତେବେ ଯାଇ ତାଙ୍କର ଏହି ପଦଯାତ୍ରା ସଫଳ ହେବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details