ଓଡିଶା

odisha

ETV Bharat / state

ନଦୀକୁ ଡେଇଁଲା ମୂର୍ତ୍ତିଚୋର, ପାଣିରୁ ଉଦ୍ଧାର କରି ଗିରଫ କଲା ପୋଲିସ - Court forward

ମୂର୍ତ୍ତି ଚୋରର ଅଭିନବ ପ୍ରୟାସ । ପାଣିକୁ ଡେଇଁ ଖସିଯିବାକୁ ଉଦ୍ୟମ କରିଥିବା ବେଳେ ଜନସାଧାରଣ, ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ମିଳିତ ଧଦ୍ୟମରେ ଉଦ୍ଧାର ହେଲା ଚୋର । ଚୋରି ଅଭିଯୋଗରେ ଘଟଣାସ୍ଥଳରୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

ନଦୀକୁ ଡେଇଁଲା ମୂର୍ତ୍ତିଚୋର: ପାଣିରୁ ଉଦ୍ଧାର କରି ଗିରଫ କଲା ପୋଲିସ
ନଦୀକୁ ଡେଇଁଲା ମୂର୍ତ୍ତିଚୋର: ପାଣିରୁ ଉଦ୍ଧାର କରି ଗିରଫ କଲା ପୋଲିସ

By

Published : Jul 5, 2021, 8:48 PM IST

କେନ୍ଦ୍ରାପଡା:ପଟ୍ଟାମୁଣ୍ଡାଇ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗତ ୨ ତାରିଖ ବିଳମ୍ବିତ ରାତିରେ ପଟ୍ଟାମୁଣ୍ଡାଇର ଦାଣ୍ଡିସାହି ଅଞ୍ଚଳରେ ଥିବା ଏକ ରାମ ମନ୍ଦିରରୁ ରାମ, ଲକ୍ଷ୍ମଣ, ସୀତା ମୂର୍ତ୍ତି ସହ ପୂଜାରେ ବ୍ୟବହୃତ ସାମଗ୍ରୀ ଚୋରି ହୋଇଥିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିଲା ।

ନଦୀକୁ ଡେଇଁଲା ମୂର୍ତ୍ତିଚୋର, ପାଣିରୁ ଉଦ୍ଧାର କରି ଗିରଫ କଲା ପୋଲିସ

ପଟ୍ଟାମୁଣ୍ଡାଇ ପୋଲିସ କେସ ନମ୍ବର 411ରେ ମାମଲା ରୁଜୁ କରି ଚୌଦକୁଲାଟ ଫାଣ୍ଡି ଅଧିକାରୀ ବିନମଙ୍ଗଳ ସେଠୀଙ୍କ ନେତୃତ୍ବରେ ଛାନଭିନ କରିବା ସହ ଅଭିଯୋଗର ୫ ଘଣ୍ଟା ଭିତରେ ଅଭିଯୁକ୍ତ ଭରତ ମଳିକଙ୍କୁ ଗିରଫ କରିଛି । ଏଥିସହ ଅଭିଯୁକ୍ତକୁ ଭାରତୀୟ ଦଣ୍ଡ ବିଧାନ ଆଇନ ଧାରା 457 ଓ 380ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେବା ସହ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ହୋଇଥିବା କହିଛନ୍ତି।

ଅନ୍ୟପଟେ ଅଭିଯୁକ୍ତକୁ ଧରିବା ପାଇଁ ଜନସାଧାରଣ, ପୋଲିସ ଓ ଅଗ୍ନିଶମ ବାହିନୀ ଦୀର୍ଘ ସମୟ ପାଣି ଭିତରେ କସରତ କରିଥିବା ନେଇ ସୂଚନା ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details