ଓଡିଶା

odisha

ETV Bharat / state

ଆଳିରେ ଅମାନବୀୟ କାଣ୍ଡ, ନାବାଳିକାକୁ ଟେକି ନେଇ ଗଣଦୁଷ୍କର୍ମ - କେନ୍ଦ୍ରାପଡ଼ାରେ ଗଣଦୁଷ୍କର୍ମ

ରାଜ୍ୟରେ କମୁନି ଲଜ୍ୟା । ଥମୁନି ଦୁଷ୍କର୍ମ । ଜୁନାଗଡ଼ ପରେ ଏବେ କେନ୍ଦ୍ରାପଡ଼ାରେ ଘଟିଛି ଗଣଦୁଷ୍କର୍ମ । ବିଳମ୍ବିତ ରାତିରେ ଶୌଚ ହେବାପାଇଁ ଉଠିଥିବାବେଳେ ନାବାଳିକାକୁ ଟେକିନେଇ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ।

ପ୍ରତିକାତ୍ମକ ଫଟୋ

By

Published : Oct 9, 2019, 7:39 PM IST

କେନ୍ଦ୍ରାପଡ଼ା: ପୁଣି ରାଜ୍ୟରେ ଲଜ୍ୟା । ଶୌଚ ପାଇଁ ଉଠିଥିବା ବେଳେ ନାବାଳିକାକୁ ଟେକି ନେଇ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ । ଗତ 6 ତାରଖରେ ଘଟିଛି ଏପରି ଲଜ୍ୟାଜନକ ଘଟଣା ।

ଆଳିରେ ଅମାନବୀୟ କାଣ୍ଡ, ନାବାଳିକାକୁ ଟେକି ନେଇ ଗଣଦୁଷ୍କର୍ମ

ରାତିରେ ନାବାଳିକା ଜଣକ ଶୌଚ ପାଇଁ ବାହାରକୁ ଆସିଥିବା ବେଳେ ଦୁଇ ଜଣ ଯୁବକ ଛୁରୀ ଦେଖାଇ ଟେକି ନେଇଯାଇଥିଲେ । ଉକ୍ତ ନାବାଳିକା ସହ ଦୁଷ୍କର୍ମ କରିବା ପରେ ଘର ପାଖରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମୁର୍ମୁଷ ଅବସ୍ଥାରେ ଝିଅକୁ ପାଇଥିଲେ ।

ଘଟଣା ଜଣାପଡ଼ିବା ପରେ ଗାଁର କିଛି ଲୋକ ଆପୋଷ ସମାଧାନ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ ପୀଡ଼ିତ ପରିବାର ରାଜି ନହେବାରୁ ଯୁବକଙ୍କ ଘର ଲୋକେ ଧମକ ଚମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ଆଳି ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଏହା ସହିତ ପୀଡ଼ିତା ନାବାଳିକାର ଡ଼ାକ୍ତରୀ ମାଇନା ମଧ୍ୟ କରିଛି ପୋଲିସ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details