କେନ୍ଦ୍ରାପଡା: ବିଘ୍ନ ବିନାଶକଙ୍କ ଭସାଣ ଉତ୍ସବ ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡ଼ା । ଗତ ସୋମବାରଠାରୁ ସହରର 24ଟି ମଣ୍ଡପରେ ପୂଜା ପାଉଥିବା ଗଜାନନଙ୍କ ଭଷାଣ ଉତ୍ସବ ଶନିବାର ସକାଳ 8ରୁ ଆରମ୍ଭ ହୋଇଛି। ସମସ୍ତ ମେଢ଼ ଅପରାହ୍ନ 3ଘଟିକା ସୁଦ୍ଧା ପୁରୁଣା ବସଷ୍ଟାଣ୍ଡରେ ମେଳଣ ପଡ଼ିଆରେ ପହଞ୍ଚିବା ପରେ ସେଠାରୁ 13ଟି ମେଢ଼ ନୂଆ ବସଷ୍ଟାଣ୍ଡ ଅଭିମୁଖେ ଓ 11ଟି ମେଢ଼ କେଶପୁର ଅଭିମୁଖେ ନିଜନିଜ ବିସର୍ଜ୍ଜନ ଘାଟକୁ ଯିବାର ବ୍ୟବସ୍ଥା ରହିଛି ।
ବିଦାୟ ନେଉଛନ୍ତି ଗଜାନନ, ଭସାଣ ପାଇଁ କଡା ସୁରକ୍ଷା - କେନ୍ଦ୍ରାପଡା ପୁରୁଣା ବସଷ୍ଟାଣ୍ଡ
ବିଘ୍ନ ବିନାଶକ ଗଣେଶଙ୍କ ଭସାଣ ଉତ୍ସବ ପାଇଁ ଚଳଚଞ୍ଚଳ କେନ୍ଦ୍ରାପଡା । ଭସାଣକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି। ସହରରେ 9 ପ୍ଲାଟୁନ ପୋଲିସ ମୁତୟନ ।
ଏହି ଭଷାଣ କାର୍ଯ୍ୟକ୍ରମ ରାତି 10ଟା ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଛି । ତେଣୁ ସମସ୍ତ ପୂଜା ମଣ୍ଡପର କର୍ମକର୍ତ୍ତାଙ୍କୁ ଦିଆଯାଇଥିବା ସମୟ ମଧ୍ୟରେ ଭଷାଣ କାର୍ଯ୍ୟକ୍ରମ ଶେଷ କରିବାକୁ ଗଣେଶ ପୂଜା ସମନ୍ୱୟ ସମିତିର ସଭାପତି ଅନୁରୋଧ କରିଛନ୍ତି । ଏହି ଭଷାଣକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରରେ 9ପ୍ଲାଟୁନ ପୋଲିସ ମୃତୟନ ହୋଇଛି । 7ଜଣ ଇନ୍ସପେକ୍ଟରଙ୍କ ସମେତ 4ଜଣ ଡ଼ିଏସପି, 2ଜଣ ଆଡିସନାଲ ଏସପି ଓ ନିଜେ ଆରକ୍ଷୀ ଅଧିକ୍ଷକ ଭଷାଣ ଉତ୍ସବରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ