ଓଡିଶା

odisha

ETV Bharat / state

ଧରାଧାମରୁ ବିଦାୟ ନେଉଛନ୍ତି ଧନଦାତ୍ରୀ, ବାଜାରେ କମ୍ପିଲା କେନ୍ଦ୍ରାପଡା - gajalaxmi immersion started

ଆରମ୍ଭ ହେଲା ଗଣପର୍ବ ଗଜଲକ୍ଷ୍ମୀ ପୂଜାର ମେଲଣ ଉତ୍ସବ । ଦୀର୍ଘ ଏକ ସପ୍ତାହ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଥିବା ମା'ଲକ୍ଷ୍ମୀଙ୍କୁ ଦିଆଯାଉଛି ବିଦାୟ । ଏଥିପାଇଁ କେନ୍ଦ୍ରାପଡାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଧରାଧାମରୁ ବିଦାୟ ନେଉଛନ୍ତି ଧନଦାତ୍ରୀ

By

Published : Oct 20, 2019, 6:55 PM IST

କେନ୍ଦ୍ରାପଡା: ଲକ୍ଷ୍ମୀପୂଜା ମେଲଣ ପାଇଁ ଦୁଲୁକୁଛି କେନ୍ଦ୍ରାପଡ଼ା । ଭଳିକି ଭଳି ବାଜାରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ବାଜାର ତାଳକୁ ତାଳ ମିଳାଇ ପୂଜା କମିଟିର ସଦସ୍ୟ ମାନେ ନାଚୁଛନ୍ତି ଓ ନଚାଉଛନ୍ତି । କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜାର ଶନିବାର ଶେଷଦିନ ଥିବାବେଳେ ରବିବାର ହେଉଛି ମେଳଣର ପ୍ରଥମ ଦିନ । ଆଉ ନାଚଗୀତର ତାଳେ ତାଳେ ମାଆ ଗଜଲକ୍ଷ୍ମୀଙ୍କୁ ସମସ୍ତେ ଦେଉଛନ୍ତି ମେଲାଣି ।

ତେବେ କେନ୍ଦ୍ରାପଡାରେ ପୂର୍ବରୁ ଭସାଣ ଉତ୍ସବ 3ଦିନ ଧରି ପାଳିତ ହୋଇଆସୁଥିଲା । ହେଲେ ଗତ ଦୁଇ ବର୍ଷ ହେବ ଭସାଣ ଉତ୍ସବ 2ଦିନ ଧରି ପାଳିତ ହେଉଛି । ପ୍ରଶାସନିକ ନିର୍ଦ୍ଦେଶ ମୁତାବକ, ରବିବାର ପ୍ରତ୍ୟେକ ମେଢ ପୁରୁଣା ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ସୋମବାର ବିସର୍ଜନ କରାଯିବ ।

ଧରାଧାମରୁ ବିଦାୟ ନେଉଛନ୍ତି ଧନଦାତ୍ରୀ

ତେବେ ଖଣ୍ଡା ଖେଳ, ପାଇକ ଆଖଡା ଭଳି ପରମ୍ପରାକୁ ଉଜ୍ଜୀବିତ ରଖି କାକଟ ମଙ୍ଗଳା କ୍ଳବର ଲକ୍ଷ୍ମୀ ଠାକୁରାଣୀ ମେଳଣ ପଡିଆକୁ ଆସୁଥିବା ବେଳେ ନୂଆ ବସଷ୍ଟାଣ୍ଡ ମେଢ଼ ଷଣ୍ଢ ଲଢେଇ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ କରିଛି । ଯାହା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।

ଚଳିତବର୍ଷ ମେଳଣକୁ ୪୮ଟି ମେଢ଼ ଆସିବେ ବୋଲି କହିଛନ୍ତି କେନ୍ଦ୍ରୀୟ ପୂଜା କମିଟିର ସଭାପତି । ସେହିପରି ମେଳଣ ପାଇଁ ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୨ଜଣ ଅତିରିକ୍ତ ଏସପି, ୪ଜଣ ଡିଏସପିଙ୍କ ସମେତ ଅନ୍ୟ ପୋଲିସ ମୁତୟନ କରାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details