କେନ୍ଦ୍ରାପଡା: ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ଆଉ ମାତ୍ର କେଇ ଘଣ୍ଟା ପରେ ରାଜ୍ୟରେ ମତଦାନ ଶେଷ ହେବ । ଏହାସହ ଫଳାଫଳ ପାଇଁ ଅପେକ୍ଷା ରହିବ ମେ୍ 23 ତାରିଖକୁ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଖାତିର ନକରି ଭୋଟରଙ୍କ ଭିଡ ଦେଖିବାକୁ ମିଳିଛି ବୁଥ୍ ମାନଙ୍କରେ । ଏଭଳି ସମୟରେ ବୁଥ୍ରୁ ଭୋଟରଙ୍କ ପ୍ରତିକ୍ରିୟା ନେବା ପାଇଁ ଇଟିଭି ଭାରତର ପ୍ରୟାସ ରହିଥିଲା ।
ଏନେଇ ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍ରେ ଭୋଟରଙ୍କ ପ୍ରତିକ୍ରିୟାରେ ଦଳ ପାଇଁ ନୁହେଁ ଯେଉଁ ପ୍ରାର୍ଥୀ ଅଞ୍ଚଳର ଉନ୍ନତି ପାଇଁ କାମ କରିବ ତାକୁ ଭୋଟ ଦେବା କଥା କହିଛନ୍ତି । ଏହି କ୍ରମରେ ଡେରାବିଶ୍ ବ୍ଳକରେ ଥିବା ତିନୋଟି ଆଦର୍ଶ ବୁଥ ମଧ୍ୟରୁ ପଲେଇ ପଞ୍ଚାୟତର ମଲ୍ଲିକେଶ୍ବର ଉଚ୍ଚ ବିଦ୍ୟାଳୟରେ ଆଦର୍ଶ ବୁଥ୍ରେ ଅବ୍ୟବସ୍ଥା ରହିଥିବା କହିଛନ୍ତି ଭୋଟର । ଖରାକୁ ଖାତିର ନକରି ରାଷ୍ଟ୍ର ଗଠନ ଓ ସୁସ୍ଥ ସମାଜ ଗଢିବା ଓ ଦାରିଦ୍ର୍ୟ ଦୂରୀକରଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ଭୋଟ ଦେବାକୁ ସ୍ଥିର କରିଛନ୍ତି ମତଦାତା ।