କେନ୍ଦ୍ରାପଡା:ସମଲିଙ୍ଗୀ ହେଲେ କଣ ହେଲା ଆଇନ ସମ୍ମତି ବିବାହ କରିଛନ୍ତି । ପରସ୍ପରକୁ ସ୍ବାମୀ ସ୍ତ୍ରୀ ରୂପେ ସ୍ବୀକାର କରିଛନ୍ତି । ତେଣୁ ସେମାନେ ବି ପାଳିଛନ୍ତି ସାବିତ୍ରୀ ବ୍ରତ । ରୀତିନୀତି ଅନୁସାରେ ଫଳମୂଳ, ଶଙ୍ଖା, ସିନ୍ଦୂରରେ ଏହା ଓଷା ବ୍ରତକୁ ପୁରା କରିଛନ୍ତି । ରାଜ୍ୟର ପ୍ରଥମ ସମଲିଙ୍ଗୀ ବିବାହ କରି ଚର୍ଚ୍ଚାରେ ଥିବା ସାବିତ୍ରୀ ପରିଡା ଓ ମୋନାଲିସା ନାୟକ କେନ୍ଦ୍ରାପଡା ରେସୱା ସ୍ୱଧାର ଗୃହରେ ରୀତିନୀତି ଅନୁସାରେ ପାଳନ କରିଛନ୍ତି ସାବିତ୍ରୀ ଓଷା ବ୍ରତ ।
ଲକ୍ଷ୍ମୀନାରାୟଣଙ୍କ ଆଗରେ ସ୍ବାମୀ ସାବିତ୍ରୀଙ୍କ ପାଇଁ ବ୍ରତ ଆଜି ରଖିଛନ୍ତି ମୋନାଲିସା । ଚଳିତ ବର୍ଷ ବିବାହର ପ୍ରଥମ ସାବିତ୍ରୀକୁ ଏକାଠି ପାଳନ କରିଛନ୍ତି । ପରେ ସ୍ତ୍ରୀ ମୋନାଲିସାକୁ ଶଙ୍ଖା ସିନ୍ଦୂର ପିନ୍ଧାଇ ଆର୍ଶୀବାଦ ଦେଇଛନ୍ତି ସାବିତ୍ରୀ । ଏହା ସହ ପରସ୍ପରକୁ ଭୋଗ ଖୁଆଇଛନ୍ତି । ତେବେ ଏମାନଙ୍କ ସମ୍ପର୍କ ଜଣେ ସମ୍ପର୍କୀୟଙ୍କ ଘରେ ଦେଖା ହେବା ପରେ ଗଢି ଉଠୁଥିଲା । ପରେ ଆଇନଗତ ସ୍ବୀକୃତି ପରେ ସ୍ବାମୀ-ସ୍ତ୍ରୀର ବନ୍ଧନରେ ବାନ୍ଧି ହେଇଥିଲେ ଏମାନେ । ବର୍ତ୍ତମାନ ଏମାନେ ଗୋଟିଏ ସୁଖି ପରିବାର ଭାବେ ଏହି ସ୍ବଧାର ଘରେ ଚଳି ଆସୁଛନ୍ତି । ସ୍ବାମୀ ସାବିତ୍ରୀ ପରିଡା ଏକ ଗ୍ରୋସରି ଦୋକାନ ଆରମ୍ଭ କରିଥିବାବେଳେ ସ୍ତ୍ରୀ ମୋନାଲିସା ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ।