କେନ୍ଦ୍ରାପଡା: ପରିବାର ବିରୋଧ ସତ୍ତ୍ୱେ ପରସ୍ପରକୁ ଜୀବନସାଥୀ ବାଛିଥିଲେ ଦୁଇଟି ଝିଅ । ହେଲେ ଏହି ସମଲିଙ୍ଗି ସମ୍ପର୍କକୁ ସମାଜ ଦେଇନଥିଲା ସ୍ୱୀକୃତି । ପରିବାର ଓ ଗାଁ ପଡିଶାଠୁ ବିତାଡିତ ହେବା ପରେ ଏମାନଙ୍କୁ କୋଳେଇ ନେଇଛି ବଡ ମାଙ୍କ ପଣତକାନି। କେନ୍ଦ୍ରାପଡ଼ା ବ୍ଲକ ଦିୱାନପାଟଣା ଗ୍ରାମର ମିନତୀ ମହାରଣା । ଆଉ ତାଙ୍କ ସୁଧାର ଗୃହ ପାଲଟିଛି ଦୁଇ ଝିଅଙ୍କ ପରିଚୟ । ଏହି ସମଲିଙ୍ଗି ଦମ୍ପତ୍ତିଙ୍କ ପାଇଁ ସେ ଏବେ ବାପା ମା ସବୁକିଛି । ବଡ ମାଙ୍କ ପାଖରେ ଦୁଇ ଦିନ ରହିବା ପରେ ବଡ ମା'ର ଆଦର ଭଲପାଇବା ପାଇ ନିଜ ଜନ୍ମ କରିଥିବା ବାପା ମାଙ୍କୁ ଭୁଲି ଯାଇଛନ୍ତି ଏହି ସମଲିଙ୍ଗି ଦମ୍ପତ୍ତି ।
ବିବାହ ନକରି ବି ମିନତୀ ପାଇଛନ୍ତି ମାତୃତ୍ୱ । ଗର୍ଭ ଯନ୍ତ୍ରଣାକୁ ଅନୁଭବ କରି ନଥିଲେ ବି ନିଜ ସ୍ନେହ ମମତାରେ ବାନ୍ଧି ହୋଇ ଯାଇଛନ୍ତି 7ରୁ 70 ବର୍ଷୀୟ ସନ୍ତାନ । ସମସ୍ତଙ୍କ ପାଇଁ ସେ ବଡମା । ସକାଳୁ ବଡମାଙ୍କ ପ୍ରାର୍ଥନାରୁ ଆରମ୍ଭ ହୁଏ ଅନ୍ତେବାସୀଙ୍କ ଦିନଚର୍ଯ୍ୟ। । ଆଉ ନିଜ ସନ୍ତାନଙ୍କ ସୁବିଧା ଅସୁବିଧା ବୁଝିବାରେ କଟିଯାଏ ବଡ ମାଙ୍କ ପୂରା ଦିନ । କେବଳ ଜୀବନ୍ତ ନୁହେଁ ଅପରିଚିତ ମୃତଦେହକୁ ମଧ୍ୟ ଶଶ୍ମାନରେ ଦାହ କରିଛନ୍ତି ମିନତୀ । କେବଳ ଏହି ସମଲିଙ୍ଗି ଦମ୍ପତ୍ତି ନିହେଁ ବରଂ ବଡ ମାଙ୍କ ସ୍ନେହ ମମତାରେ ବାନ୍ଧି ହୋଇଛନ୍ତି ସଭିଁଏ।