ଓଡିଶା

odisha

ETV Bharat / state

କେନ୍ଦ୍ରାପଡାରେ ଓଡ଼ିଶାର ପ୍ରଥମ ବୋଟ-ଆମ୍ବୁଲାନ୍ସ ସେବା ଆରମ୍ଭ - ବୋଟ

ରାଜ୍ୟ ସରକାରଙ୍କ ସଫଳତାରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ଓ ଜମ୍ବୁ ଅଞ୍ଚଳର ହଜାର ହଜାର ଜନସାଧାରଣଙ୍କ ଦାବିକୁ ସମ୍ମାନ ଜଣାଇ ମଙ୍ଗଳବାର ଓଡ଼ିଶାର ପ୍ରଥମ ବୋଟ-ଆମ୍ବୁଲାନ୍ସର ଉଦଘାଟନ କରିଛନ୍ତି ମହାକାଳପଡ଼ା ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କେନ୍ଦ୍ରାପଡା

By

Published : Mar 6, 2019, 5:16 AM IST

କେନ୍ଦ୍ରାପଡା: ରାଜ୍ୟ ସରକାରଙ୍କ ସଫଳତାରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ଓ ଜମ୍ବୁ ଅଞ୍ଚଳର ହଜାର ହଜାର ଜନସାଧାରଣଙ୍କ ଦାବିକୁ ସମ୍ମାନ ଜଣାଇ ମଙ୍ଗଳବାର ଓଡ଼ିଶାର ପ୍ରଥମ ବୋଟ-ଆମ୍ବୁଲାନ୍ସର ଉଦଘାଟନ କରିଛନ୍ତି ମହାକାଳପଡ଼ା ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ମଙ୍ଗଳବାର ପଞ୍ଚାୟତିରାଜ ଦିବସ ତଥା ବିଜୁ ଜୟନ୍ତୀ ଅବସରରେ ନଦୀ ନାଳ ଘେରା ଏହି ଦୁଇ ପଞ୍ଚାୟତକୁ ଏଭଳି ଏକ ଉପହାର ଭେଟି ଦେଇଥିବାରୁ ସାରା ଅଞ୍ଚଳବାସୀ ବିଧାୟକ ଓ ରାଜ୍ୟ ସରକାରଙ୍କ ପ୍ରଶଂସା କରିଛନ୍ତି। ଏହି ପଞ୍ଚାୟତଗୁଡିକୁ ଗମନାଗମନ ସୁବିଧା ନ ଥିବାରୁ ଆଗରୁ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ନେଇ ଡାକ୍ତରଖାନା ପହଞ୍ଚି ପାରୁନଥିଲେ ଅଞ୍ଚଳବାସୀ।

ଏବେ ଏହି ବୋଟ ଆମ୍ବୁଲାନ୍ସ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବାରୁ ଅଳ୍ପ ସମୟରେ ଡାକ୍ତରଖାନା ପହଞ୍ଚିପାରିବେ ରୋଗାଗ୍ରସ୍ତ ଲୋକ। ଏହି ଆମ୍ବୁଲାନ୍ସରେ ସ୍ଥଳପଥରେ ଗମନାଗମନ କରୁଥିବା ୧୦୮ ଓ ୧୦୨ ଆମ୍ବୁଲାନ୍ସ ଭଳି ସମସ୍ତ ସୁବିଧା ସୁଯୋଗ ମିଳିବ ବୋଲି କହିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ମାଧ୍ୟମରେ ମଧ୍ୟ ଜଣାଇଥିବା କହିଛନ୍ତି ବିଧାୟକ। ଆଜିର ଏହି ବୋଟ ଆମ୍ବୁଲାନ୍ସ ଲୋକାର୍ପଣ ଉତ୍ସବରେ ହଜାର ହଜାର ଅଞ୍ଚଳବାସୀ ଉପସ୍ଥିତ ରହି ପୁଣିଥରେ ନବୀନ ନାରା ଦେଉଥିବା ଦେଖିବାକୁ ମିଳିଥିଲା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details