ଓଡିଶା

odisha

By ETV Bharat Odisha Team

Published : Oct 5, 2023, 6:00 PM IST

Updated : Oct 5, 2023, 6:08 PM IST

ETV Bharat / state

ବାଣ ଉପରେ ଚଢି 5 ଫୁଟ୍‌ ଉପରକୁ ଉଠିଗଲା କାର, ଡାକ୍ତର ଗୁରୁତର

କେନ୍ଦ୍ରାପଡାରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ବାଣ ଉପରେ ଗାଡି ଚଢ଼ିବାରୁ ଗାଡିଟି ଛିଟିକି ପଡିଥିବା କାରଣରୁ ଏଭଳି ବିସ୍ଫୋରଣ ସୃଷ୍ଟି ହୋଇଥିବା ସୂଚନା । ଅଧିକ ପଢନ୍ତୁ

କେନ୍ଦ୍ରାପଡାରେ କାର ବିସ୍ଫୋରଣ !
କେନ୍ଦ୍ରାପଡାରେ କାର ବିସ୍ଫୋରଣ !

କେନ୍ଦ୍ରାପଡାରେ କାର ବିସ୍ଫୋରଣ !

କେନ୍ଦ୍ରାପଡା:ଖଣ୍ଡିଆବନ୍ଧି ଗାଁ ବିସ୍ଫୋରଣ । ଆଜି ମଧ୍ୟାହ୍ନ ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ବାଣ ଉପରେ ଗାଡି ଚଢ଼ିବାରୁ ଗାଡିଟି ଛିଟିକି ପଡିଥିବା କାରଣରୁ ଏଭଳି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପହଞ୍ଚିଛି ବମ ସ୍କ୍ବାର୍ଡ ଓ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି । ତେବେ ଏପରି ଘଟଣା ଦେଖିବାକୁ ମିଳିଛି ସଦର ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଖଣ୍ଡିଆବନ୍ଧି ଗାଁରେ ।

ସୂଚନାନୁଯାୟୀ, କେନ୍ଦ୍ରାପଡ଼ା କୁଦାନଗରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟ୍ରେନି ଡାକ୍ତର ଭାବେ କାମ ଡ଼ଃ ସୁଜିତ ସାମଲ କାର୍ଯ୍ୟ କରୁଛନ୍ତି । ସେ ଆଜି ଡ୍ୟୁଟି ଶେଷ କରି ଘରକୁ ଆସି କଟକ ଯିବା ପାଇଁ ନିଜ କାର ଯୋଗେ ବାହାରିଥିଲେ । ଘରଠାରୁ ମାତ୍ର ୪୦୦ ମିଟର ଦୂରରେ ଏହି ଗାଁର ରମାକାନ୍ତ ମଲିକ ଜଣେ ବାଣ ଭିଡାଳି କିଛି ବାଣ ରାସ୍ତା ଉପରେ ଶୁଖାଇଥିଲେ । ତେବେ ଉକ୍ତ ବାଣ ଉପରେ ଡ଼ଃ ସୁଜିତଙ୍କ କାର ଚଢ଼ିବା ମାତ୍ରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇ କାରଟି ପ୍ରାୟ ୫ ଫୁଟ ଉପରକୁ ଉଠି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ପରେ ତାଙ୍କୁ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଘାଟିରେ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ବିସ୍ଫୋରଣରେ ଥରିଲା ଅଞ୍ଚଳ

ବିସ୍ଫୋରଣରେ ପାଖରେ ଥିବା ଘରଦ୍ୱାର ଭାଙ୍ଗିରୁଜି ଯାଇଥିବା ବେଳେ ଡ଼ଃ ସାମଲ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ହେଲା ସେନେଇ ତଦନ୍ତ କରିବା ପାଇଁ ଏସପିଙ୍କ ନିର୍ଦ୍ଦେଶକ୍ରମେ ବମ ସ୍କ୍ବାର୍ଡ ଓ ସାଇଣ୍ଟିଫିକ ଟିମ ଖଣ୍ଡିଆବନ୍ଧି ଗାଁରେ ପହଞ୍ଚି ଉକ୍ତ ବାଣର ଟିକିନିଖି ତଦାରଖ କରି ଯାଞ୍ଚ କରୁଛନ୍ତି । କାରଟି ବିସ୍ଫୋରଣ ପରେ ପ୍ରାୟ ୭୦୦ ମିଟର ଖାଲରେ ପଡିଥିବା ବେଳେ ସ୍ଥାନୀୟ ଲୋକେ ଭୟରେ ରହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତବର୍ଷ ବାଲିଆ ବଜାରରେ ମେଳଣ ସମୟରେ ବାଣ ବିସ୍ଫୋରଣ ହୋଇ ୫ ଜଣଙ୍କ ଜୀବନ ହାନି ହୋଇଥିଲା । ତେବେ ବାଣ ତିଆରି କରିବା ପାଇଁ ଜିଲ୍ଲାରେ ମାତ୍ର ଦୁଇଟି ସ୍ଥାନକୁ ଲାଇସେନ୍ସରେ ଦିଆଯାଇଥିବା ସୂଚନା ରହିଛି ।

ଇଟିଭି ଭାରତ,କେନ୍ଦ୍ରାପଡା

Last Updated : Oct 5, 2023, 6:08 PM IST

ABOUT THE AUTHOR

...view details