ଓଡିଶା

odisha

By

Published : Mar 22, 2021, 7:15 AM IST

ETV Bharat / state

ମହାକାଳପଡାରେ ଭୟାବହ ଅଗ୍ନିକାଣ୍ଡ, ଆଖି ପିଛୁଳାକେ ୬ ବଖରା ଘର ଭସ୍ମୀଭୂତ

କେନ୍ଦ୍ରାପଡା ମହାକାଳପଡା ବ୍ଲକ ଦେଉଳପଡା ପଞ୍ଚାୟତ ଚଣ୍ଡୀଆପଲ୍ଳୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି 3 ପରିବାରର ୬ ବଖରା ନଡାଛପର ଘର ଭସ୍ମୀଭୂତ ହୋଇଛି।

ମହାକାଳପଡାରେ ଭୟାବହ ଅଗ୍ନିକାଣ୍ଡ
ମହାକାଳପଡାରେ ଭୟାବହ ଅଗ୍ନିକାଣ୍ଡ

କେନ୍ଦ୍ରାପଡା: ଭୟାବହ ଅଗ୍ନିକାଣ୍ଡରେ ୬ ପରିବାର ସର୍ବଶ୍ବାନ୍ତ । କେନ୍ଦ୍ରାପଡା ମହାକାଳପଡା ବ୍ଲକ ଦେଉଳପଡା ପଞ୍ଚାୟତ ଚଣ୍ଡୀଆପଲ୍ଳୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି 3 ପରିବାରର ୬ ବଖରା ନଡାଛପର ଘର ଭସ୍ମୀଭୂତ ହୋଇଛି।

ମହାକାଳପଡାରେ ଭୟାବହ ଅଗ୍ନିକାଣ୍ଡ

ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ହେଲେ ନିଆଁ ଲାଗିବାର ମାତ୍ର ଅଳ୍ପ ସମୟ ମଧ୍ୟରେ ଏହା ଭୟଙ୍କର ରୂପ ନେଇଥିଲା । ଆଉ ଚାହୁଁଚାହୁଁ ଆଖି ପିଛୁଳାକେ ନିଆଁ ୬ଟି ଘରକୁ ବ୍ୟାପି ଯାଇଥିଲା।

ଏହି ଅଗ୍ନିକାଣ୍ଡରେ ଉକ୍ତ ଗ୍ରାମର ଆକୁଳି ନାୟକ, ଦେବେନ୍ଦ୍ର ନାୟକ, ରଞ୍ଜିତ ନାୟକଙ୍କ 6 ବଖରା ଘର ସହ ସମସ୍ତ ଆସବାବପତ୍ର ପୋଡିଯାଇଛି । ଏହାସହ ବର୍ଷକ ପାଇଁ ଗଚ୍ଛିତ ଥିବା ଧାନ ଚାଉଳ ଓ ଖାଦ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଖବରପାଇ ମହାକାଳପଡ଼ା ଅଗ୍ନିଶମ ବିଭାଗ ଗାଡ଼ି ଆସିବା ବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details