ଓଡିଶା

odisha

ETV Bharat / state

ମଦ ଦୋକାନରେ ଗଣ୍ଡଗୋଳ, ଲକ୍ଷାଧିକ ଟଙ୍କା ଲୁଟ୍

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇର ବଡପାଳରେ ଥିବା ଏକ ମଦ ଦୋକାନରେ ଗଣ୍ଡଗୋଳ । ବାଇକ ଭାଙ୍ଗିବା ସହ ଲୁଟିନେଲେ ଲକ୍ଷାଧିକ ଟଙ୍କା ।

By

Published : May 17, 2019, 12:04 AM IST

Updated : May 17, 2019, 12:14 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ବଡପାଳରେ ଥିବା ଏକ ମଦ ଦୋକାନରେ ଗଣ୍ଡଗୋଳ ଅଭିଯୋଗ । ଦୋକାନକୁ ଗୁରୁବାର ଅପରାହ୍ନରେ କିଛି ଯୁବକ ମଦ କିଣିବା ପାଇଁ ଆସିଥିଲେ । ମଦ କିଣିବା ସମୟରେ ଉକ୍ତ ଦୋକାନରେ କାର୍ଯ୍ୟରତ ଜଣେ ସେଲସମ୍ୟାନ ମଦର ଧାର୍ଯ୍ୟ ଦାମ ଠାରୁ ଅଧିକ ଦାମ କହିଥିଲେ। ଯେଉଁଥିପାଇଁ ଏହି ହିଂସା ଦେଖାଦେଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ପ୍ରଥମେ ଦୁଇ ପେଟି ଓ ପରେ ଗୋଟିଏ ପେଟି ମଦ କିଣିବା ପରେ ହଠାତ ଯୁବକମାନେ ସେଲସମ୍ୟାନଙ୍କୁ ଗେଟ ଖୋଲିବା ପାଇଁ ବାଧ୍ୟ କରିଥିଲେ । ଏଥିରେ ସେଲସମ୍ୟାନ ଜଣଙ୍କ ରାଜି ନହେବାରୁ ଉତ୍ୟକ୍ତ ଯୁବକମାନେ ବାଡ଼ି ସାହାଯ୍ୟରେ ମଦ ଦୋକାନ ଭିତରେ ଭଙ୍ଗାରୁଜା କରିବା ସହ ବାଇକ ପୋଡିବା ସହ ନଗଦ ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ସେଲସମ୍ୟାନ ବିକାଶ ସାହୁ ।

ଅନ୍ୟଜଣେ ସେଲସମ୍ୟାନ ଶରତ ପାଣିଙ୍କ କହିବାନୁଯାୟୀ, ପ୍ରାୟ ୨୦ ରୁ ୩୦ ଜଣ ଯୁବକ ଏହି କାଣ୍ଡ ଭିଆଇଛନ୍ତି । ଏହି ଘଟଣାରେ ବଡ଼ପାଳରେ ଥିବା ଅନ୍ୟ ଜଣେ ମଦ ଦୋକାନର ମାଲିକ ଅମୀଙ୍କର ସମ୍ପୃକ୍ତି ରହିଛି। ଏହି ଗଣ୍ଡଗୋଳ ବ୍ୟବସାୟିକ ଶତ୍ରୁତା ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି ।

ମାର୍ଶାଘାଇ ପୋଲିସ ନିକଟରେ ଏନେଇ ଲିଖିତ ଅଭିଯୋଗ ହେବାପରେ ପୋଲିସ ଏହାର ତଦନ୍ତ କରୁଛି । ତେବେ ସରକାରୀ ଧାର୍ଯ୍ୟ ଦାମ ଠାରୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ ଦାମରେ ମଦ ବିକ୍ରି ହୋଇଥିବାରୁ ଏନେଇ ଜିଲ୍ଲା ଅବକାରୀ ବିଭାଗର ସ୍ଥାଣୁତାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 17, 2019, 12:14 AM IST

ABOUT THE AUTHOR

...view details