ଓଡିଶା

odisha

ETV Bharat / state

ଧାନମଣ୍ଡିରେ ଉଠୁନାହିଁ ଧାନ, ସମାଧାନ ବଦଳରେ ଚାଷୀଙ୍କୁ ଧମକ ଦେଉଛନ୍ତି ସମ୍ପାଦକ - threaten

ସମବାୟ ସମିତି ସମ୍ପାଦକଙ୍କ ଚାଷୀମାରଣ ନୀତି ଓ ଧାନବିକ୍ରେତାଙ୍କ ବିବାଦ ମଧ୍ୟରେ ବଳି ପଡୁଛନ୍ତି ଶତାଧିକ ଚାଷୀ । ପୂର୍ବରୁ ଟୋକନ କାଟିଥିଲେ ମଧ୍ୟ ଚାଷୀଙ୍କୁ ମିଲର ନାହାଁନ୍ତି କହି ବାରମ୍ବାର ଦୌଡାଉଛନ୍ତି ସମ୍ପାଦକ। ଅଭିଯୋଗକାରୀଙ୍କୁ ଧମକ ଦେବା ସହ ସେଠାରୁ ଘଉଡାଇଦେଉଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Mar 27, 2019, 7:33 PM IST

କେନ୍ଦ୍ରାପଡା: ଧାନମଣ୍ଡିରେ ଉଠୁନାହିଁ ଧାନ । ଚିନ୍ତାରେ ଶହ ଶହ ଚାଷୀ । ଦେଶର ମେରୁଦଣ୍ଡ ଭାବେ ପରିଚିତ ସେ । ନିଜ ଝାଳ ବୁହାଇ ଦେଶର ପେଟ ପୋଷୁଥିବା ଚାଷୀ ଏବେ ନିଜ ପରିବାରର ଭରଣପୋଷଣ କରିବାରେ ହୋଇଛି ଅସଫଳ । ସମବାୟ ସମିତି ସମ୍ପାଦକଙ୍କ ଚାଷୀମାରଣ ନୀତି ଓ ଧାନବିକ୍ରେତାଙ୍କ ବିବାଦ ମଧ୍ୟରେ ବଳି ପଡୁଛନ୍ତି ଶତାଧିକ ଚାଷୀ । ପୂର୍ବରୁ ଟୋକନ କାଟିଥିଲେ ମଧ୍ୟ ଚାଷୀଙ୍କୁ ମିଲର ନାହାଁନ୍ତି କହି ବାରମ୍ବାର ଦୌଡାଉଛନ୍ତି ସମ୍ପାଦକ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବାରମ୍ବାର ସମବାୟ ସମିତିକୁ ଧାନ ବିକିବାକୁ ଯାଇ ନିରାଶ ହେବାପରେ ଚାଷୀମାନେ ନିଜ ଗୁହାରୀ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟିଥିଲେ। କିନ୍ତୁ ତାଙ୍କ ଦୁଃଖ ବୁଝିବା ବଦଳରେ ସେମାନଙ୍କୁ ଧମକ ଦେଉଛନ୍ତି ସମ୍ପାଦକ । କୁଞ୍ଜ ବିହାରୀ ମହାରଣା ନାମକ ଜଣେ ଚାଷୀ ଏନେଇ ସମ୍ପାଦକଙ୍କୁ କହିଥିଲେ । କିନ୍ତୁ ସେ ତାଙ୍କୁ ଧମକ ଦେବା ସହ ସେଠାରୁ ଘଉଡାଇଦେଇଥିଲେ । ମୋ ବିରୁଦ୍ଧରେ ଉପରିସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ କରିବୁ । ଧାନ ଆଣିବୁ, ମଶାରୀ ଟାଙ୍ଗି ଶୋଇବୁ ,ତୋ ଧାନ ଗଜା ହେବ କିନ୍ତୁ ବିକ୍ରି ହେବନି ବୋଲି ସେ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ବୁଧବାର ଏଭଳି ଅଭିଯୋଗ ପୁନଶ୍ଚ ପାଇବା ପରେ ଜିଲ୍ଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ଓ ଧାନ ଉଠାଇବା ପାଇଁ ମିଲର ଏବଂ ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସରକାରୀ ବାବୁଙ୍କର ଏଭଳି ଖାମଖିଆଲି ଓ ଆକ୍ରୋଶ ମୂଳକ ମନୋଭାବ ଯୋଗୁଁ ଚାଷୀ ହତାଶ ହେଉଥିବା ଦେଖିବାକୁ ମିଳିଛି । ସେପଟେ ସମ୍ପୃକ୍ତ ସମ୍ପାଦକଙ୍କୁ ଶୀଘ୍ର ବଦଳି କରିବାକୁ ଦାବି କରିଛନ୍ତି ଚାଷୀମାନେ ।


କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details