ଓଡିଶା

odisha

ETV Bharat / state

ଧାନ କ୍ରୟରେ କାଟ୍‌ ବ୍ୟବସ୍ଥାକୁ ନେଇ ଚିନ୍ତାରେ ଚାଷୀ - farmer face problem

କେନ୍ଦ୍ରାପଡା ଚାଷୀ ଧାନ ବିକ୍ରି ପାଇଁ ସମବାୟ ସମିତିର ସାହାଯ୍ୟ ନେଉଥିବାବେଳେ ଏମାନଙ୍କ ଧାନ କ୍ରୟ ସମୟରେ କାଟ୍‌ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଅଧିକ ପଢନ୍ତୁ...

ଧାନ କ୍ରୟରେ କାଟ୍‌ ବ୍ୟବସ୍ଥାକୁ ନେଇ ଚିନ୍ତାରେ ଚାଷୀ
ଧାନ କ୍ରୟରେ କାଟ୍‌ ବ୍ୟବସ୍ଥାକୁ ନେଇ ଚିନ୍ତାରେ ଚାଷୀ

By

Published : Mar 2, 2020, 4:57 PM IST

କେନ୍ଦ୍ରାପଡା: ଚାଷୀଙ୍କ ଠାରୁ ଧାନ କ୍ରୟ ପାଇଁ ରାଜ୍ୟ ସରକାର ବିଭିନ୍ନ ସମବାୟ ସମିତିରେ ଖୋଲିଛନ୍ତି ଧାନମଣ୍ଡି । ତେବେ ଚାଷୀ ମାନେ ଧାନ ବିକ୍ରି ପାଇଁ ସମବାୟ ସମିତିର ସାହାଯ୍ୟ ନେଉଥିବାବେଳେ ଏମାନଙ୍କ ଧାନ କ୍ରୟ ସମୟରେ କାଟ୍‌ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ।

ଧାନ କ୍ରୟରେ କାଟ୍‌ ବ୍ୟବସ୍ଥାକୁ ନେଇ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକରେ ଥିବା ବିଭିନ୍ନ ସମବାୟ ସମିତିରେ ଚାଲିଛି ଧାନକିଣା। ତେବେ ଧାନମଣ୍ଡିରେ ଧାନ କିଣା ନଯାଇପାରି ବାହାରେ ଖରା କାକରରେ ପଡି ରହିବା ଏବଂ ଧାନ କିଣା ସମୟରେ କାଟ ନେଉଥିବା ଯୋଗୁଁ ଚାଷୀମାନେ ଚିନ୍ତାରେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମହାକାଳପଡ଼ା ଅଳାଇଲୋ ସମବାୟ ସମିତିରେ। ସମିତିକୁ ଧାନ ବିକ୍ରି କରିବା ପାଇଁ ସରକାରଙ୍କ ପ୍ରଦତ୍ତ ଟୋକନ ନେଇ ଆସିଥିବା ଚାଷୀ ସମିତିରେ ଧାନ ବିକ୍ରି କରିନପାରି ମୁଣ୍ଡରେ ହାତ ଦେଉଥିବା ଦେଖାଯାଇଛି। ଅନ୍ୟପଟେ ଧାନ ସମିତିକୁ ଆସିଥିଲେ ମଧ୍ୟ ବିକ୍ରି ହୋଇ ପାରିନଥିବାରୁ ଷଣ୍ଢ କିମ୍ବା ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଦାଉରୁ ରକ୍ଷା କରିବା ପାଇଁ ନିଜେ ପାଲ ବ୍ୟବସ୍ଥା କରୁଥିବା ଦେଖାଯାଇଛି।

ଚଳିତବର୍ଷ ଅଳାଇଲୋ ସମବାୟ ସମିତିରେ 12813 କ୍ବିଣ୍ଟାଲ ଧାନ ସଂଗ୍ରହ ଟାର୍ଗେଟ ରଖାଯାଇଛି । ଏପର୍ଯ୍ୟନ୍ତ 8970 କ୍ବିଣ୍ଟାଲ ଧାନ ସଂଗ୍ରହ ଶେଷ ହୋଇଛି ବୋଲି ସୂଚନା ଦେବା ସହିତ ଧାନ ଖରା କାକରରେ ପଡିରହିବା ଓ ଚାଷୀଙ୍କ ଧାନ କ୍ରୟ ସମୟରେ କାଟ କଥାକୁ ଅସ୍ବୀକାର କରିଛନ୍ତି ସମବାୟ ସମିତି ସମ୍ପାଦକ। ଅନ୍ୟପଟେ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଏହି କାଟ୍‌ ବ୍ୟବସ୍ଥାକୁ ରୋକ ଲଗାଇବା ପାଇଁ ପ୍ରତ୍ୟେକ ସମିତିର ଜଣେ ଲେଖାଏଁ କ୍ବାଲିଟି ଆସିଷ୍ଟାଣ୍ଟ ନିଯୁକ୍ତ କରିଥିବା ବେଳେ ଖରା କାକରରେ ଧାନ ପଡ଼ିଥିଲେ ଏନେଇ ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି।

ରାଜ୍ୟ ସରକାର ଚାଷୀ ସୁରୁଖୁରୁରେ ଧାନ ବିକ୍ରି କରିବା ପାଇଁ ବିଭିନ୍ନ ଉପାୟ କରୁଥିବା ବେଳେ ଏହାର କାର୍ଯ୍ୟକାରିତାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details