ଓଡିଶା

odisha

ETV Bharat / state

'ଫନି' ପାଇଁ ସରିଲା ପ୍ରସ୍ତୁତି ବୈଠକ, କାଲିଠୁ ଆରମ୍ଭ ହେବ ସ୍ଥାନାନ୍ତରଣ - evacuation

'ଫନି' ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ଏଥିପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ । ଜିଲ୍ଲାର 100ଟି ଗାଁର ପ୍ରାୟ 50 ହଜାର ଲୋକଙ୍କୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବ ଜିଲ୍ଲା ପ୍ରଶାସନ | ବୁଧବାର ସନ୍ଧ୍ୟାରେ ଅୟୋଜିତ ଏକ ବୈଠକରେ ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରପଡା

By

Published : May 2, 2019, 12:53 AM IST

କେନ୍ଦ୍ରାପଡ଼ା: ସାମୁଦ୍ରିକ ଝଡ଼ 'ଫନି' ଆହୁରି ଭୟଙ୍କର ରୂପ ଧାରଣ କରିଛି। ଏହା ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡିଆସୁଛି । 'ଫନି' ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ଏଥିପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ । ଜିଲ୍ଲାର 100ଟି ଗାଁର ପ୍ରାୟ 50 ହଜାର ଲୋକଙ୍କୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବ ଜିଲ୍ଲା ପ୍ରଶାସନ | ବୁଧବାର ସନ୍ଧ୍ୟାରେ ଅୟୋଜିତ ଏକ ବୈଠକରେ ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି |


'ଫନି' ମୁକାବଲା ପାଇଁ ଅନୁଷ୍ଠିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଦୀପ କୁମାର ଜେନା କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ଥିବା ଚିଙ୍ଗୁଡି ଘେରି ଶ୍ରମିକ ଓ ମଇଁଷିଆଳ ମାନଙ୍କୁ ଠାବ କରି ସ୍ଥାନାନ୍ତର କରାଯିବ। ତେବେ ସ୍ଥାନାନ୍ତର ସମୟରେ ବୃଦ୍ଧ, ଗର୍ଭବତୀ ଓ ଭିନ୍ନକ୍ଷମ ମାନଙ୍କୁ ଗୁରୁତ୍ଵ ଦିଆଯିବ |

ଅନ୍ୟପକ୍ଷରେ ବାତ୍ୟା ଦୁର୍ଗତଙ୍କ ପାଇଁ ଯଥେଷ୍ଟ ପରିମାଣରେ ଖାଦ୍ୟ ସମାଗ୍ରୀ ରହିଥିବା ବେଳେ କଳାବଜାରୀଙ୍କ ଉପରେ ନଜର ରଖିବ ସ୍ଵତନ୍ତ୍ର ଟିମ୍ | ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ରାପଡ଼ାରେ 3 ଟି NDRF ଟିମ୍ 2 ଟି ଓଡ୍ରାଫ୍ ଟିମ୍ ପହଁଞ୍ଚିଛନ୍ତି | ବାତ୍ୟା ଆଶ୍ରୟସ୍ଥଳରେ ପରିଷ୍କାର ପରିଚ୍ଛନ୍ନତା ଉପରେ ମଧ୍ୟ ଗୁରୁତ୍ଵ ଦେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି |


ଏଠାରେ ସୂଚନା ଯୋଗ୍ୟ ଯେ ଭାରତୀୟ ପାଣିପାଗ ପକ୍ଷରୁ ଜାରି କରାଯାଇଥିବା ତାଜା ରିପୋର୍ଟ ଅନୁସାରେ 'ଫନି' ଏବେ ପୁରୀର ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରୁ ୫୭୦ କିଲୋମିଟର ଦୂରରେ ଅଛି, ଯାହାକି ଏପ୍ରିଲ ୩ ତାରିଖ ସନ୍ଧ୍ୟା ୫ଟାରେ ପହଞ୍ଚିବ । ବିଶାଖାପାଟଣା ଠାରୁ ଏହା ଏବେ ୩୨୦ କିଲୋମିଟର ଦୂରରେ ଅଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details