କେନ୍ଦ୍ରାପଡ଼ା: ସକାଳୁ ସକାଳୁ ନଦୀପଠାରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ନଦୀରେ ବୁଡ ପକାଇ ଅର୍ଘ୍ୟ ଦେଇ ଚଣ୍ଡୀ ମା'ଙ୍କର ଦର୍ଶନରୁ ଦିନ ଆରମ୍ଭ କରିଥିଲେ ବୁଢୀ ମାଉସୀ । କେବଳ ବୁଢୀ ମାଉସୀ ନୁହନ୍ତି, ଏହିଭଳି ଶହ ଶହ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମସ୍ଥଳରେ ପକାଇଥିଲେ ବୁଡ ।
ଏହି ଦୃଶ୍ୟ ଥିଲା କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁରଠାରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ବାରୁଣୀ ଯାତ୍ରାର । ଏଭଳି କଲେ ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହାସହ ବିବାହ ସମୟରେ ନବଦମ୍ପତ୍ତିଙ୍କ ବ୍ୟବହାର କରାଯାଇଥିବା ପଉଡ଼ ମସିଣା, ବିବାହ ମୁକୁଟକୁ ମଧ୍ୟ ଏହି ବୁଡ଼ ସମୟରେ ଭସାଇ ଦିଆଯାଇଥାଏ।