ଓଡିଶା

odisha

By

Published : Oct 29, 2022, 4:44 PM IST

ETV Bharat / state

ବିଦେଶରେ ଚାକିରି ଦେବା ନାଁରେ ଠକେଇ, ୨୫ ଲକ୍ଷର ଚୂନମାରି ଠକ ଫେରାର

ବିଦେଶରେ ଚାକିରି ଦେବାକୁ କହି ଯୁବକମାନଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକି ଫେରାର ମାରିଛି ଦଲାଲ । ଅଧିକ ପଢ଼ନ୍ତୁ

fake job scam in kendrapara
ବିଦେଶରେ ଚାକିରି ଦେବା ନାଁରେ ଠକେଇ, 25 ଲକ୍ଷର ଚୂନମାରି ଠକ ଫେରାର

କେନ୍ଦ୍ରାପଡ଼ା:ବିଦେଶରେ ଚାକିରି ଦେବାକୁ କହି ପ୍ରଲୋଭନ ଦେଖାଇଥିଲା ଦଦାଲ । ଚାକିରି ବାବଦକୁ ୨୫ ଜଣ ଯୁବକଙ୍କ ଠାରୁ ଜଣକା ପ୍ରତି ୧ ଲକ୍ଷ ଟଙ୍କା ମାଗିଥିଲା । ଏପରିକି ପାସପୋର୍ଟ ମଧ୍ୟ ଦେଇଥିଲା । ଏହାପରେ ଚୂନ ଲଗାଇ ଫେରାର ମାରିଛି ଠକ । କେନ୍ଦ୍ରାପଡ଼ା ଆଳି ଥାନାରେ ଏନେଇ ଅଭିଯୋଗ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ୫ ଯୁବକ ଠକାମିର ଶିକାର ହୋଇ ଆଳି ଥାନାର ଦ୍ବାରସ୍ଥ ହୋଇଛନ୍ତି।

ବିଦେଶରେ ଚାକିରି ଦେବା ନାଁରେ ଠକେଇ

କେନ୍ଦ୍ରାପଡ଼ା ଓ ପଡୋଶୀ ଭଦ୍ରକ ଜିଲ୍ଲାର ଉଚ୍ଚଶିକ୍ଷିତ ଯୁବକ ତଥା ଚାକିରି ଅନୁସନ୍ଧାନରେ ଥିବା ବ୍ୟକ୍ତିମାନଙ୍କୁ ବିଦେଶରେ ଚାକିରି ଏବଂ ପାସପୋର୍ଟ କରାଇଦେବା ଆଳ ଦେଖାଇ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଆଳି ଥାନା ଅନ୍ତର୍ଗତ ବେଲସରପୁର ଗାଁର ଅମୂଲ୍ୟ ମଲିକ ନାମକ ଜଣଏ ବ୍ୟକ୍ତି କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୦ ଜଣ ଯୁବକ ଓ ଭଦ୍ରକ ଚାନ୍ଦବାଲି ଅଞ୍ଚଳର ୫ ଜଣ ଯୁବକଙ୍କଠୁ ୧ ଲକ୍ଷ ଟଙ୍କା ହିସାବରେ ୨୫ ଜଣଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇ ଛୁ ମାରିଛି । ସେମାନଙ୍କୁ କୁଏତରେ ନିଯୁକ୍ତି ଦେବାକୁ କହି ସେମାନଙ୍କଠାରୁ ଟଙ୍କା ନେଇ ଦିଲ୍ଲୀ ଡକାଇବା ପରେ କୌଣସି ପାସପୋର୍ଟ ଦେଇନଥିଲା । ବିଦେଶ ଯିବାକୁ ଆଶାବାନ୍ଧି ଯାଇଥିବା ଯୁବକମାନେ ଦିଲ୍ଲୀର ଜଗନ୍ନାଥ ମନ୍ଦିରରେ ଆଶ୍ରୟ ନେଇ ୧୫ ଦିନ ପରେ ଘରକୁ ଫେରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଦୁଇ ଅଭିଯୁକ୍ତ ଗିରଫ

ଅନ୍ୟପଟେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳର ୫ ଜଣ ଯୁବକଙ୍କୁ ମୁମ୍ବାଇ ଡକାଇ ସେଠାରେ ଭିସା ଓ ପାସପୋର୍ଟ ଦେବା ପରେ ସେମାନେ ଓମାନ ଯାଇ ପହଞ୍ଚିଥିଲେ । ମାତ୍ର ସେଠାରେ କୌଣସି କମ୍ପାନୀ ଏମାନଙ୍କୁ ନେବାକୁ ଆସିନଥିଲା । ଏନେଇ ୫ ଜଣ ଯୁବକ ଠକାମିର ଶିକାର ହୋଇଥିବା ଜାଣିବା ପରେ ପାସପୋର୍ଟ ଅଫିସରେ ଯୋଗାଯୋଗ କରିଥିଲେ । ସେଠାରେ ଏହା ଟୁରିଷ୍ଟ ଭିସା ହୋଇଥିବା ଜାଣିବାକୁ ପାଇଥିଲେ । ତେବେ ୨୫ ଜଣ ଯୁବକଙ୍କ ନିକଟରୁ ଟଙ୍କା ନେଇ ସେମାନଙ୍କୁ ଧରାଛୁଆଁ ଦେଉନଥିବା ଅମୂଲ୍ୟ ବିରୋଧରେ ଆଳି ଥାନାରେ ପୂର୍ବରୁ ଏତଲା ଦିଆଯାଇଥିବା ବେଳେ ଅମୂଲ୍ୟର ବାପା ଟଙ୍କା ଫେରସ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଅଭିଯୋଗକାରୀ କହିଛନ୍ତି, "ଗତକାଲି ଅମୂଲ୍ୟ ଘରେ ପହଞ୍ଚିବାରୁ ବାପା ଓ ସ୍ତ୍ରୀ ସେମାନଙ୍କ ନାମରେ ମିଛ ମାମଲା କରିବେ ବୋଲି ଧମକ ଦେଇଛନ୍ତି ।" ଏନେଇ ପୁନର୍ବାର ସେମାନେ ଆଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଳି ପୋଲିସ ଘଟଣା ନେଇ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details