ଓଡିଶା

odisha

ETV Bharat / state

ବିଦ୍ୟୁତ ସଂସ୍ପର୍ଶରେ ଆସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ । କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ କର୍ମଚାରୀ । ଅଧିକ ପଢ଼ନ୍ତୁ

Electrician died  in Kendrapara
ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

By

Published : Dec 25, 2022, 10:41 PM IST

କେନ୍ଦ୍ରାପଡ଼ା : ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଥଇଥାନ କେନ୍ଦ୍ର ବଗପାଟିଆ ସାତଭାୟା ଗାଁରେ । ମୃତ ଯୁବକ ଜଣକ ହେଲେ କଣ୍ଡିରା ପଞ୍ଚାୟତ ବଡ଼ପାଳ ଗାଁର ସିଦ୍ଧେଶ୍ୱର ମଣ୍ଡଳଙ୍କ ପୁଅ ହେମନ୍ତ ମଣ୍ଡଳ ।

ହେମନ୍ତ ଆଜି ସାତଭାୟା ଗାଁର ରୋହିତ ବେହେରାଙ୍କ ଘରେ କାମ କରୁଥିଲେ । ହେମନ୍ତ ନିଜେ ରୋହିତ ବେହେରାଙ୍କ ଘରର ରଡ଼ କାମ କରିବା ପାଇଁ ଠିକା ନେଇଥିଲେ। ତେବେ କାମ କରୁଥିବା ବେଳେ ହେମନ୍ତଙ୍କ ଗୋଡ଼ରେ ବିଦ୍ୟୁତ ଆଘାତ ହୋଇଥିଲା । ଏଥିରେ ହେମନ୍ତ ଟଳିପଡ଼ି ତାଙ୍କ ସାଥିରେ କାମ କରୁଥିବା ରଞ୍ଜନ ମଣ୍ଡଳକୁ ଚିତ୍କାର କରି ଡାକ ପକାଇଥିଲେ।

ରଞ୍ଜନ ହେମନ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ପ୍ରଥମେ ଗୁପ୍ତି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ହେମନ୍ତଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ । ତେବେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପରେ ଡାକ୍ତର ହେମନ୍ତଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଦୁର୍ଘଟଣା ଘଟିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।

ଏହି ଘଟଣାପରେ ମଧ୍ୟ ହେମନ୍ତଙ୍କ ପରିବାର କାନ୍ଦବୋବାଳିରେ ଫାଟି ପଡୁଛି । ଘରର ଜଣେ ମାତ୍ର ରୋଜଗାରିଆ ଥିଲେ ହେମନ୍ତ । ଏବେ ତାଙ୍କ ବିୟୋଗ ପରେ ବେସାହାରା ହୋଇପଡ଼ିଛି ପରିବାର । କେହି କିଛି ବୁଝିବା ଆଗରୁ ସବୁ କିଛି ଶେଷ ହୋଇଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details