ଓଡିଶା

odisha

ETV Bharat / state

11 କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

୧୧କେଭି ବିଦ୍ୟୁତ ତାର ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ତରାଣ୍ଡୋ ଗ୍ରାମର ବଗା ମଲିକଙ୍କ ସାନପୁଅ କାହ୍ନା ମଲ୍ଲିକ ବୋଲି ଜଣାପଡିଛି ।

By

Published : Apr 13, 2019, 9:45 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ୧୧କେଭି ବିଦ୍ୟୁତ ତାର ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ତରାଣ୍ଡୋ ଗ୍ରାମର ବଗା ମଲିକଙ୍କ ସାନପୁଅ କାହ୍ନା ମଲ୍ଲିକ ବୋଲି ଜଣାପଡିଛି । ତେବେ ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡାରେ । ଏହାର ପ୍ରତିବାଦରେ ଉତ୍ୟକ୍ତ ଲୋକେ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ଯାଇଥିବା କଟକ-ଚାନ୍ଦବାଲି ରାସ୍ତାର ଜଜାଙ୍ଗ ଛକକୁ ଅବରୋଧ କରିଛନ୍ତି।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, କେନ୍ଦ୍ରାପଡା


ସୂଚନାନୁସାରେ ନିକିରାଇ ଥାନା ତରାଣ୍ଡୋ ଗ୍ରାମର ବଗା ମଲିକଙ୍କ ସାନପୁଅ କାହ୍ନା ମଲ୍ଲିକ କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡ଼ାରେ ଜଣେ ଦିନମଜୁରିଆ ଭାବରେ କାର୍ଯ୍ୟ କରନ୍ତି। ଶନିବାର ଅପରାହ୍ନରେ କେବିକେ ମଧ୍ୟରେ ଥିବା ନଡ଼ିଆ ଗଛରୁ ନଡ଼ିଆ ପାରୁଥିବା ସମୟରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ସେ ତଳେ ପଡିଯାଇଥିଲେ। ଏହି ଘଟଣାରେ ତାଙ୍କ ଶରୀରର ୮୦% ପୋଡିଯାଇଥିବାବେଳେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଘଟଣା ଜଣାପଡିବା ପରେ କାହ୍ନାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଥିବାବେଳେ ସ୍ଥାନୀୟ ବାସିନ୍ଦା କାହ୍ନା ପରିବାରର ଜଣଙ୍କୁ ସ୍ଥାୟୀ ଚାକିରୀ ସହ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ।

ରାସ୍ତାରୋକ ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ସଂଖ୍ୟାଧିକ ଗାଡି ଅଟକି ରହିଥିବାବେଳେ ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ଗାଡି ମଧ୍ୟ ଦୀର୍ଘ ସମୟ ଧରି ଅଟକି ରହିଥିଲା । ଏଥିସହ କେନ୍ଦ୍ରାପଡ଼ା ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଗାଡି ମଧ୍ୟ ଅଟକି ରହିଥିବା ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ଉପ-ଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିବା ସୂଚନା ମିଳିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details