ଓଡିଶା

odisha

ETV Bharat / state

ଫୋକସରେ କେନ୍ଦ୍ରାପଡା ଆସନ, ପ୍ରାର୍ଥୀ ପାଉନାହାଁନ୍ତି ବିଜେପି-ବିଜେଡି - କେନ୍ଦ୍ରାପଡା ବିଧାନସଭା

କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ପାଉନାହାଁନ୍ତି ଉଭୟ ବିଜେଡି ଓ ବିଜେପି । କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଏପଟେ ପ୍ରାର୍ଥୀ ଘୋଷଣା ପାଇଁ ବିଜେପି ଓ ବିଜେଡିଙ୍କ ଅଙ୍କ ଛିଣ୍ଡୁନି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Apr 2, 2019, 9:30 PM IST


କେନ୍ଦ୍ରାପଡା: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଦ୍ବନ୍ଦ୍ବରେ ବିଜେଡି ଓ ବିଜେପି । କାରଣ ଏହି ଆସନ ପାଇଁ ପ୍ରାର୍ଥୀ ଖୋଜିପାଉ ନାହାଁନ୍ତି ଉଭୟ ଦଳ । ସେପଟେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପକ୍ରିୟା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ହୋଇ ନଥିବାରୁ ଆଶା ଆଶଙ୍କାରେ ନିର୍ବାଚନ ମଣ୍ଡଳର ଉଭୟ କର୍ମୀ ଓ ଭୋଟର।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଗତ 2009 ଓ 2014 ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବଦଳ ଫର୍ମୁଲା ଆପଣାଇଜିତାପଟ ହାତେଇଥିବାବେଳେ ଚଳିତ ନିର୍ବାଚନ ପାଇଁ ବିଜେଡି ତା'ର ପ୍ରାର୍ଥୀ ଠିକ କରିପାରୁନାହିଁ । ଯେଉଁଥି ପାଇଁ ବିଧାୟକ ହୋଇସାରିଥିବା ନେତା ଓ ନେତ୍ରୀ ଭୁବନେଶ୍ୱର ନବୀନ ନିବାସରେ ଟିକେଟ ଆଶାରେ ଡେରା ପକାଇଛନ୍ତି । କିନ୍ତୁ ଗୋଟି ଚାଳନାରେ ମାହିର ଥିବା ବିଜେଡି ଏପର୍ଯ୍ୟନ୍ତ ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ତା ଉପରେ ଭରସା କରି ପାରୁନାହିଁ।

ଅପରପକ୍ଷରେ ଏହି ଆସନରୁ ଆଶାୟୀ ଥିବା ତିନିଜଣ ବିଜେପି ପ୍ରାର୍ଥୀଙ୍କର ଅହିନକୁଳ ସମ୍ପର୍କ ଯୋଗୁଁ କାହାକୁ ଟିକେଟ୍‌ ଦିଆଯିବ ସେନେଇ ବିଜେପି ସ୍ଥିର କରିପାରୁ ନାହିଁ । ତେବେ ଆଗରୁ ଏହି ନିର୍ବାଚନ ମଣ୍ଡଳୀରେ ଏଭଳି ସ୍ଥିତି କେବେ ହୋଇନଥିବା ବେଳେ ଚଳିତ ନିର୍ବାଚନରେ ଏହି ପ୍ରାର୍ଥୀ ଘୋଷଣା ଉଭୟ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details