ଓଡିଶା

odisha

ETV Bharat / state

ପିଇବା ପାଣି ପାଇଁ ଡହଳ ବିକଳ ଏରା ପୁରୁଷୋତ୍ତମପୁର, ଶୋଷ ମେଣ୍ଟାଉଛି ଶ୍ମଶାନ ନଳକୂପ - ପୁରୁଷୋତ୍ତମପୁର ଗ୍ରାମବାସୀ

ପିଇବା ପାଣି ବିନା ଡହଳବିକଳ ଗ୍ରାମବାସୀ । ଲିଖିତ ଦରଖାସ୍ତ ଠାରୁ ଟ୍ୱିଟର ସବୁ ମାଧ୍ୟମରେ ଅଭିଯୋଗ କରି ନିରାଶ ହେବାକୁ ପଡୁଛି ଦଳିତ ସାହିର ବାସିନ୍ଦାଙ୍କୁ । ଅଧିକ ପଢନ୍ତୁ...

ପିଇବା ପାଣି  ପାଇଁ ଡହଳ ବିକଳ ଏରା ପୁରୁଷୋତ୍ତମପୁର ଗ୍ରାମବାସୀ
ପିଇବା ପାଣି ପାଇଁ ଡହଳ ବିକଳ ଏରା ପୁରୁଷୋତ୍ତମପୁର ଗ୍ରାମବାସୀ

By

Published : Jun 19, 2021, 3:14 PM IST

କେନ୍ଦ୍ରାପଡ଼ା: ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରୁ ମାତ୍ର ୮ କିଲୋମିଟର ଦୂରରେ ଏରା ପୁରୁଷୋତ୍ତମପୁର ଗାଁ ଅବସ୍ଥିତ। ଏହି ଗ୍ରାମର ଜଳ କଷ୍ଟ ନକହିବା ଭଲ । ସ୍ବାଧୀନତାର ୭୪ବର୍ଷ ପରେ ମଧ୍ୟ ପାଣି ପାଇଁ ଦୌଡ଼ିବାକୁ ପଡୁଛି ଏ ଅଫିସରୁ ସେ ଅଫିସ। ଟ୍ବିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ବି ଫଳ ଶୂନ । ଗ୍ରାମରେ ୧୫୦ ଦଳିତ ପରିବାରର ୬୦୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । କିନ୍ତୁ ଗାଁରେ ଥିବା ଗୋଟିଏ ମାତ୍ର ନଳକୂପ ଖରାପ ହୋଇଯିବାରୁ ଏବେ ଗାଁ ଶେଷମୁଣ୍ଡରେ ଶ୍ମଶାନରେ ଥିବା ନଳକୂପଟିକୁ ଦୀର୍ଘ ୧କିଲୋମିଟର ଚାଲିଚାଲି ଯାଇ ପାଣି ଆଣୁଛନ୍ତି ଗାଁ ର ମହିଳା ।

ଶୋଷ ମେଣ୍ଟାଉଛି ଶ୍ମଶାନ ନଳକୂପ

ଗାଁରେ ଥିବା ନଳକୂପଟି ଦୀର୍ଘବର୍ଷ ଧରି ବସିଥିବାରୁ ବହୁଥର ଖରାପ ହେବାସହ ପାଣି ଗୋଳିଆ ଓ ପଙ୍କୁଆ ପଡୁଥିବା ଅଭିଯୋଗ ହୋଇ ଆସୁଥିଲା। ତେବେ ଗତବର୍ଷ ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ବରିଷ୍ଠ ଅଧିକାରୀ ସମୂହ ଗାଁ ପରିଦର୍ଶନ କରି ଉକ୍ତ ନଳକୂପଟିକୁ ବ୍ୟବହାର ଅନୁପଯୋଗୀ ଘୋଷଣା କରି ଉକ୍ତ ନଳକୂପରେ ସରକାରୀ "ଛକି" ଚିହ୍ନ ବସାଇ ଖୁବଶୀଘ୍ର ଏଠାରେ ନଳକୂପ ବସାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ।

ତେବେ ଦୀର୍ଘ ଏକବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ସ୍ଥାନରେ ନଳକୂପ ବସାଯାଇପାରିଲା ନାହିଁ । ବାଧ୍ୟହୋଇ ଗାଁ ମହିଳାମାନେ ଗାଁ ଶେଷମୁଣ୍ଡରେ ଶ୍ମଶାନରେ ଥିବା ନଳକୂପଟି ଉପରେ ନିର୍ଭର କରୁଛନ୍ତି । ଗାଁ ଶେଷମୁଣ୍ଡରେ ଥିବା ନଳକୂପର ପାଣି ମଧ୍ୟ ଲୌହ ଓ ପଙ୍କୁଆ ହୋଇଥିବାରୁ ପାଣି ପିଇବା ଅନୁପଯୁକ୍ତ ହୋଇଛି। ଅନ୍ୟପଟେ ଗାଁକୁ ପାଇପ ଯୋଗେ ପାଣି ଆସୁଥିବା କୁହାଯାଉଥିବା ବେଳେ ବାସ୍ତବିକ ଦୃଶ୍ୟ କିନ୍ତୁ ଭିନ୍ନ।କରେଣ୍ଟ ନରହିଲେ ପାଣି ବିନା ହାହାକାର ହୁଅନ୍ତି ସ୍ଥାନୀୟ ବାସିନ୍ଦା । ଘରେ ଗାଧୋଇବା, ରୋଷେଇ, ଗୃହପାଳିତ ପଶୁମାନଙ୍କୁ ପିଇବା ପାଣି ଯୋଗାଇବା ଯେପରି ଏମାନଙ୍କ ପାଇଁ ହୋଇପଡିଛି କାଠିକର ପାଠ।

ଏନେଇ ଗ୍ରାମର ସ୍ଥାନୀୟ ସରପଞ୍ଚ କହିଛନ୍ତି ଯେ 3 ମାସ ହେଲା ଗ୍ରାମରେ ଏହି ସମସ୍ୟା ଦେଖା ଦେଇଛି, ଏଠାରେ ନଳକୂପର ମଧ୍ୟ ଅବଶ୍ୟତା ରହିଛି । ଆମେ ବ୍ଳକ ପ୍ରଶାସନକୁ ଜଣାଇଛୁ । ସରକାରଙ୍କ ଅର୍ଡର ଆସିବା ପରେ ନଳକୂପ ହେବ ବୋଲି କହିଛନ୍ତି ସରପଞ୍ଚ ବାବୁ । ସେପଟେ ଏହି ସମସ୍ୟାକୁ ନେଇ ଗ୍ରାମରେ ଗଣମାଧ୍ୟମ ପହଞ୍ଚିବାରୁ କାହିଁକି ମିଡ଼ିଆକୁ ଡାକିଲ ବୋଲି ଓଲଟି ପ୍ରଶ୍ନ କରିଛନ୍ତି ସରପଞ୍ଚ। ଖାଲି ଦେଖିବାକୁ ବାକି ରହିଳା କେବେ ମିଳୁଛି ଏହି ଗାଁ ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ABOUT THE AUTHOR

...view details