କେନ୍ଦ୍ରାପଡା: କୋରୋନା ସାରା ବିଶ୍ବରେ ଦଶମାସ ହେବ ତାର କାୟା ବିସ୍ତାର କରିଛି । କୋରୋନା ସହ ମୁକାବିଲା କରିବାକୁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ସ୍ଥିତିରେ ସାମାନ୍ୟ ସୁଧାର ଆସିବାରୁ କେନ୍ଦ୍ରାପଡାର ବଳଦେବଜୀଉ ମନ୍ଦିର ଖୋଲିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ସୂଚନାଅନୁସାରେ, ଆଜିକୁ ମାସମାସ ଧରି କୋରୋନା କଟକଣା ଯୋଗୁଁ ସମସ୍ତ ଦେବାଦେବୀ ମନ୍ଦିର ଗୁଡିକୁ ଜନସାଧାରଣଙ୍କ ଦର୍ଶନ ନିମନ୍ତେ ବନ୍ଦ ରଖାଯାଇଥିଲା । ପୌରାଣିକ ମତାନୁଯାୟୀ ବଡ଼ବଡ଼ ମହାମାରୀ ଭଗବାନଙ୍କ କୃପାରୁ ଧରାପୃଷ୍ଠରୁ ଲୋପ ପାଇଛି ଓ ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଆଗାମୀ ଦିନରେ ଶ୍ରୀମନ୍ଦିରକୁ ସାଧାରଣ ଲୋକଙ୍କ ନିମନ୍ତେ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କର ଏହି ନିଷ୍ପତ୍ତି ପରେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିବାକୁ ଦାବି ହୋଇଛି ।