କେନ୍ଦ୍ରାପଡ଼ା: ନିକିରାଇ ଥାନା ଅନ୍ତର୍ଗତ ବନ୍ଧସାହିରୁ ମାଟି ତଳୁ ମହିଳାଙ୍କ ମୃତଦେହ ଜବତ ହୋଇଛି । ମୃତ ମହିଳା ବନ୍ଧସାହି ଗ୍ରାମର ପାର୍ବତୀ ମଲିକ ବୋଲି ଜଣାପଡିଛି | ପାର୍ବତୀଙ୍କ ମୃତଦେହ ଶାଶୁଘର ଲୋକେ ବ୍ୟବଚ୍ଛେଦ ନକରି ମାଟିତଳେ ପୋତି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ।
ସୂଚନା ଅନୁସାରେ, ପାର୍ବତୀ 2009 ମସିହାରେ ବନ୍ଧସାହିର ଚିତ୍ରସେନ ମଲିକଙ୍କୁ ବିବାହ କରିଥିଲେ । ପାର୍ବତୀଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ହେଲେ ବିବାହ ବେଳଠୁ ଆଜି ପର୍ଯ୍ୟନ୍ତ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡ଼ା ହୋଇଥାଏ । ଅନେକ ସମୟରେ ଛୋଟ ଛୋଟ କଥାକୁ ନେଇ ଗଣ୍ଡଗୋଳ ହୋଇଥିବା ପାର୍ବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜୁନ 8 ତାରିଖରେ ପାର୍ବତୀ ଅସୁସ୍ଥ ଥିବା ପରିବାରକୁ ଖବର ଆସିଥିଲା । ହେଲେ ପରିବାର ଲୋକେ ପହଞ୍ଚିବା ବେଳକୁ ପାର୍ବତୀଙ୍କର ମୃତ୍ୟୁ ଘଟି ସାରିଥିଲା ।