ଓଡିଶା

odisha

ETV Bharat / state

'ଫନି' ମୁକାବିଲାକୁ ନେଇ ଜଳସମ୍ପଦ ସଚିବ କଣ କହୁଛନ୍ତି ଶୁଣନ୍ତୁ ...

ଆସନ୍ତା ୧୦ ଘଣ୍ଟା ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲାରେ ‘ଫନି’ ପ୍ରଭାବ ରହିବ ବୋଲି କହିଛନ୍ତି ବରିଷ୍ଠ ପ୍ରଶାସକ, ଜଳସମ୍ପଦ ସଚିବ ତଥା 'ଫନି' ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାରେ ଅବସ୍ଥାପିତ ପ୍ରଦୀପ କୁମାର ଜେନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : May 3, 2019, 2:37 PM IST

Updated : May 3, 2019, 5:38 PM IST

କେନ୍ଦ୍ରାପଡା: ବାତ୍ୟା ‘ଫନି’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସକାଳ 9ଟା ରୁ ଆରମ୍ଭ ହୋଇଛି । ଏହା ଫଳରେ ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ଓ ବର୍ଷାର ବେଗ ବଢ଼ିବାରେ ଲାଗିଛି । ଘଣ୍ଟାକୁ ୧୭୫-195 କିଲୋମିଟର ବେଗରେ ପବନ ବହୁଥିବା ଜଣାପଡ଼ିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏହା ପ୍ରଭାବରେ ରାଜ୍ୟ ସାରା ବର୍ଷା ଜାରି ରହିଛି । ଏହାର ପ୍ରଭାବ ଆସନ୍ତା ୧୦ ଘଣ୍ଟା ଯାଏ କେନ୍ଦ୍ରାପଡ଼ା ଜିଲ୍ଲାରେ ରହିବ ବୋଲି କହିଛନ୍ତି ବରିଷ୍ଠ ପ୍ରଶାସକ, ଜଳସମ୍ପଦ ସଚିବ ତଥା 'ଫନି' ବିପର୍ଯ୍ୟୟ ପରିଚାଳନା ପାଇଁ ଜିଲ୍ଲାରେ ଅବସ୍ଥାପିତ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା


ଏହି ସମୟ ମଧ୍ୟରେ ଜିଲ୍ଲାର ସମସ୍ତ ନାଗରିକ ନିଜ ନିଜ ପକ୍କା ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୦୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ଦେଇଛନ୍ତି । ଏହାସହ 'ଫନି' ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ପ୍ରଦୀପ ଜେନା ।


କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : May 3, 2019, 5:38 PM IST

For All Latest Updates

ABOUT THE AUTHOR

...view details