ଓଡିଶା

odisha

ETV Bharat / state

ମଝି ନଦୀରୁ ଝାମ୍ପିନେଲା କୁମ୍ଭୀର, ଅଳ୍ପକେ ବର୍ତ୍ତିଲେ ଯୁବକ

ଗାଈ ଚରାଇ ନଦୀ ପାର ହେଉଥିଲେ ଯୁବକ । ଏହି ସମୟରେ ମଝିନଦୀରେ ଛକି ରହିଥିବା କୁମ୍ଭୀର ଯୁବକଙ୍କୁ କରିଛି ଆକ୍ରମଣ ।

By

Published : Oct 6, 2019, 10:20 PM IST

Updated : Oct 6, 2019, 10:34 PM IST

ଫାଇଲ ଫଟୋ

କେନ୍ଦ୍ରାପଡ଼ା: କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ | କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁରର ବିରୂପା ନଦୀରେ ଘଟିଛି ଏହି ଅଘଟଣ | ଆଜି ଅପରାହ୍ନରେ ସ୍ଥାନୀୟ ହବିଳି ଗ୍ରାମର ସର୍ବେଶ୍ଵର ଜେନା ପଠାରୁ ଗାଈ ଚରାଇ ନଦୀ ପାର ହେଉଥିଲା ବେଳେ ତାଙ୍କୁ ଆକ୍ରମଣ କରିଛି କୁମ୍ଭୀର |

ମଝି ନଦୀରୁ ଝାମ୍ପିନେଲା କୁମ୍ଭୀର

ଜୀବନ ବଞ୍ଚାଇବାକୁ ଯାଇ ସର୍ବେଶ୍ଵର ଗାଇ ଲାଞ୍ଜ କୁ ଧରି କୁମ୍ଭୀର ମୁହଁକୁ ଗୋଇଠା ମାରିଥିଲେ | ଫଳରେ କୁମ୍ଭୀର ସର୍ବେଶ୍ଵରଙ୍କ ଗୋଡକୁ ଛାଡି ଦେଇଥିଲା | ସର୍ବେଶ୍ଵରଙ୍କ ଦୁଇ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହେବା ସହ ପାଦରୁ ମାଂସ ଟାଣି ନେଇଛି କୁମ୍ଭୀର |

ଗୁରୁତର ଅବସ୍ଥାରେ ତାଙ୍କୁ ଇନ୍ଦୁପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି | ତେବେ ଏହି କୁମ୍ଭୀରଟି ଦୀର୍ଘ 4 ବର୍ଷ ଧରି ବିରୂପା ନଦୀର ଏକ ନିର୍ଦ୍ଧିଷ୍ଠ ସ୍ଥାନରେ ରହି ଗାଈ, ଗୋରୁ ଓ ମଣିଷଙ୍କୁ ଆକ୍ରମଣ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Oct 6, 2019, 10:34 PM IST

ABOUT THE AUTHOR

...view details