ଓଡିଶା

odisha

ETV Bharat / state

ଯୁବକକୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡା ଜିଲ୍ଲା ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ ଟାଣିନେଲା କୁମ୍ଭୀର । ଅଗ୍ନିଶମ ବିଭାଗ ପକ୍ଷରୁ ଉକ୍ତ ଯୁବକକୁ ଖୋଜାଖୋଜି କରୁଛନ୍ତି ।

ପ୍ରତିକାତ୍ମକ ଫଟୋ

By

Published : Jul 16, 2019, 5:18 PM IST


କେନ୍ଦ୍ରାପଡ଼ା: ଜିଲ୍ଲାରେ ବଢିଚାଲିଛି କୁମ୍ଭୀର ଆତଙ୍କ । କେନ୍ଦ୍ରାପଡାର ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ ଟାଣି ନେଇଗଲା କୁମ୍ଭୀର । କୁମ୍ଭୀର ଟାଣି ନେଇଥିବା ଯୁବକଙ୍କ ନାମ କୁନା ବରାଳ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, କୁନା ବରାଳଙ୍କ ଘର ଆଳି ଥାନା ଅନ୍ତର୍ଗତ ସାହୁପଡା ଗାଁରେ । ସେ ନୀତିଦିନ ଭଳି ଆଜି ମଧ୍ୟ ନଦୀରେ ଗାଧୋଇବାକୁ ଆସିଥିଲେ । ନଦୀ କୂଳରେ ଥିବା ଲୋକଙ୍କ ଆଗରେ ଉକ୍ତ ଯୁବକଙ୍କୁ ଟାଣିନେଲା କୁମ୍ଭୀର । ଖବର ପାଇଁ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବା ମାତ୍ରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଆସି ପହଞ୍ଚିଥିଲା । ଗାଁ ଲୋକେ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ କୁନା ବରାଳକୁ ନଦୀ ଭିତରେ ଖୋଜାଖୋଜି ଜାରି ରଖିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details