କେନ୍ଦ୍ରାପଡା:କୁମ୍ଭୀର ଝାମ୍ପିନେବା ଘଟଣାରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ମହିଷମୁଣ୍ଡା ଫରେଷ୍ଟ ବ୍ଲକ ନିକଟରୁ ଆଜି (ଶନିବାର) ସକାଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେବା ଘଟଣାରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସ୍ଥାନୀୟ ଭେକ୍ଟା ଗାଁର ଉମାରାଣୀ ପରିଡା ଓ ତାଙ୍କ ବୟସ ୪୦ ବର୍ଷ ।
ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନିକଟ ନଦୀରେ ମାଛ ଧରିବାକୁ ଯାଇ ନଦୀପାର ହେଉଥିବାବେଳେ ଆଜି ସକାଳେ ଉମାରାଣୀଙ୍କୁ କୁମ୍ଭୀର ଟାଣିନେଇଥିଲା। ଖବର ପାଇ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ମାନେ ହୁଲି ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରୁଛନ୍ତି । ମହିଳା ଜଣକ ଭେକ୍ଟା ଗାଁର ଉମାରାଣୀ ପରିଡା ବୋଲି ଜଣାପଡିଛି । କୁମ୍ଭୀର ମଣିଷର ଲଢେଇ ଭିତରେ କେତେବେଳେ ମଣିଷ ବିଜୟୀ ହୋଇ ପୁରସ୍କୃତ ହେଉଥିବା ବେଳେ ଅନେକ ସମୟରେ କୁମ୍ଭୀର ପାଖରେ ପରାସ୍ତ ହୋଇ ମଣିଷର ଜୀବନ ଯାଉଛି । ଯାହାକି ସ୍ଥାନୀୟ ବନବିଭାଗର ସଚେତନତା ଅଭାବରୁ ଘଟୁଛି ବୋଲି ଅଭିଯୋଗ ହୋଇଛି ।