ଓଡିଶା

odisha

ETV Bharat / state

ତଦନ୍ତ ବେଳେ ଅପରାଧି ସନ୍ତୋଷ ଫେରାର, ପୋଲିସ- ପରିବାର ମଧ୍ୟରେ ଛକାପଞ୍ଝା

ନୂଆବର୍ଷ ରାତି ପ୍ରାୟ ୧୧ ଟା ବେଳେ ସନ୍ତୋଷ ବଡ ଚତୁରତାର ସହ ସ୍ପେଶାଲ ସ୍କାର୍ଡ ଆଖିରେ ଧୂଳି ଦେଇ ପୋଲିସ କବଳରୁ ଖସିଯିବାରେ ସଫଳ ହୋଇଛି ସନ୍ତୋଷ l ଏ ନେଇ ସଦର ଥାନାରେ ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ଅଭିଯୋଗ ହେବା ପରେ ସଦର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l

By

Published : Jan 3, 2020, 7:04 AM IST

criminal-murder-by-police
criminal-murder-by-police

କେନ୍ଦ୍ରାପଡ଼ା: ପୁଲିସ ହେପାଜତରୁ ଚମ୍ପଟ ମାରିଛି ଦୁର୍ଦାନ୍ତ ଅପରାଧି ସନ୍ତୋଷ ମଲିକ l ନୂଆବର୍ଷ ରାତି ପ୍ରାୟ ୧୧ ଟା ବେଳେ ସନ୍ତୋଷ ବଡ ଚତୁରତାର ସହ ସ୍ପେଶାଲ ସ୍କାର୍ଡ ଆଖିରେ ଧୂଳି ଦେଇ ପୋଲିସ କବଳରୁ ଖସିଯିବାରେ ସଫଳ ହୋଇଛି l ଏ ନେଇ ସଦର ଥାନାରେ ସ୍ପେଶାଲ ସ୍କ୍ବାର୍ଡ ପକ୍ଷରୁ ଅଭିଯୋଗ ହେବା ପରେ ସଦର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l

ତଦନ୍ତ ବେଳେ ଅପରାଧି ସନ୍ତୋଷ ଫେରାର...

ସନ୍ତୋଷ ନାମରେ ବିଭିନ୍ନ ଥାନାରେ ପ୍ରାୟ ୧୬ ରୁ ଅଧିକ ମାମଲା ରହିଛି l ଅନ୍ୟପକ୍ଷରେ ସନ୍ତୋଷର ସ୍ତ୍ରୀ ଝିଲି ମଲିକ ନିଜ ସ୍ଵାମୀ ପୋଲିସ ପାଖରୁ ନିଖୋଜ ହୋଇଯିବା ଓ ତାଙ୍କ ସ୍ବାମୀଙ୍କୁ ପୋଲିସ ମାରିଦେଇଥିବା ଅଭିଯୋଗ ନେଇ ଜିଲାପାଳ ଓ ଏସପିଙ୍କୁ ଅଭିଯୋଗ କରିଛନ୍ତି l ଝିଲିଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ଵାମୀ ସନ୍ତୋଷଙ୍କୁ ସ୍ପେଶାଲ ସ୍କ୍ବାର୍ଡ ଗତ ଡିସେମ୍ବର 30 ତାରିଖରେ ତାଙ୍କ ଗାଁ କୁତରଙ୍ଗ ରୁ ଉଠାଇ ଆଣିଥିଲା l ତେବେ ତାଙ୍କ ସ୍ଵାମୀ ସେହି ଦିନଠାରୁ ଘରକୁ ଫେରି ନାହାନ୍ତି କିମ୍ବା ପୁଲିସ ତାଙ୍କୁ ଗିରଫ କରି ନାହିଁ l ସ୍ବାମୀଙ୍କୁ ତାଙ୍କୁ ଫେରାଇ ଦେବା ପାଇଁ ଝିଲୀ ଦାବି କରିଛନ୍ତି l ଝିଲୀଙ୍କ ଅଭିଯୋଗ ନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l

ସେପଟେ ସନ୍ତୋଷକୁ ଗତକାଲି ପୋଲିସ ଗିରଫ କରିଥିଲା । ତଦନ୍ତ ସମୟରେ ପୋଲିସକୁ ଭୁଆଁ ବୁଲାଇବା ସହିତ ରାତିରେ ପରିଶ୍ରା କରିବା ନାଁ କହି ଦୁଇଜଣ କନେଷ୍ଟବଳଙ୍କୁ ଧକ୍କା ମାରି ସନ୍ତୋଷ ଖସିଯାଇଥିବା କହିଛନ୍ତି ସଦର ଆଇଆଇସି ପ୍ରମୋଦ ମଲ୍ଲିକ । ସନ୍ତୋଷର ଗିରଫ ଘଟଣାକୁ ନେଇ ପୋଲିସ ଓ ପରିବାର ଲୋକଙ୍କ ମଧ୍ୟରେ ତୁ ତୁ ମେ ମେ ହେଉଥିବା ବେଳେ ସନ୍ତୋଷ ବାସ୍ତବିକ ଏବେ କେଉଁଠି ଏହାକୁ ନେଇ ଉଠିଛି ପ୍ରଶ୍ନ । କେହିକେହି ଗତ ୨୦୧୮ ମସିହା ଅଗଷ୍ଟ ୨୫ ତାରିଖରେ ମହାକାଳପଡ଼ା ହାଜତ ମୃତ୍ୟୁ ଘଟଣା ସହିତ ସନ୍ତୋଷର ତଥାକଥିତ ଫେରାର ଘଟଣାକୁ ନେଇ ସମାନତା ପ୍ରକାଶ କରୁଥିବା ଦେଖାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details