ଓଡିଶା

odisha

ETV Bharat / state

ପାଟକୁରା ଥାନା ପରିସରରେ ବିସ୍ଫୋରଣ !

କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ପରିସରରେ ବୁଧବାର ବିସ୍ଫୋରଣ ହୋଇଛି ।

Cracker Blast in Police station premises
ପାଟକୁରା ଥାନା ପରିସରରେ ବିସ୍ଫୋରଣ

By

Published : Feb 26, 2020, 11:31 PM IST

କେନ୍ଦ୍ରାପଡା: ପାଟକୁରା ଥାନା ପରିସରରେ ବିସ୍ଫୋରଣ। କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ପରିସରରେ ବୁଧବାର ବିସ୍ଫୋରଣ ହୋଇଛି ।

ପାଟକୁରା ଥାନା ପରିସରରେ ବିସ୍ଫୋରଣ

ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ପାଟକୁରା ଥାନା ଆଖପାଖ ଅଞ୍ଚଳ। ୨୦୦ ମିଟର ପରିଧି ପର୍ଯ୍ୟନ୍ତ ଦୂରକୁ ଛିଟିକି ପଡିଲା ବାରୁଦ ପାଉଁଶ,ବାଲି ଓ ଗୋଡି। ଏହି ବିସ୍ଫୋରଣରେ ଏକ କଂକ୍ରିଟ ଖଣ୍ଡ ପାଟକୁରା ଗାଁରେ ଘର କାମ କରୁଥିବା ଜଣେ ଯୁବକ କାନ୍ଧରେ ପିଟି ହୋଇଥିଲା । ଯେଉଁଥିରେ ସେ ଆହତ ହୋଇଛନ୍ତି ।

ତେବେ ଦୀପାବଳୀ ସମୟରେ ବେଆଇନ ବାଣ ବ୍ୟବସାୟୀଙ୍କ ଠାରୁ ଜବତ ବାଣକୁ ନିଷ୍କ୍ରିୟ କରିବା ପାଇଁ ଏକ ଗାତ ଖୋଳାଯାଇ ସେହି ଗାତରେ ପାଣି ସହ ସମସ୍ତ ବାଣକୁ ଗାତରେ ଭର୍ତ୍ତି କରାଯାଇଥିଲା । ଏହାପରେ ଗାତକୁ ବନ୍ଦ କରି ଦିଆଯାଇଥିଲା । ହଠାତ୍ ୨ ଘଣ୍ଟା ବାଣ ଗୁଡିକ ଫୁଟି ବିସ୍ଫୋରଣ ହୋଇଛି ବୋଲି ପାଟକୁରା ଥାନା ଅଧିକାରୀ ସୁଜିତ ପ୍ରଧାନ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details