ଓଡିଶା

odisha

ETV Bharat / state

ଅମାନିଆଙ୍କୁ ସାବାଡ କରୁଛି କେନ୍ଦ୍ରାପଡା ପୋଲିସ, ଗଣୁଛନ୍ତି ତଣ୍ଡ - କୋଭିଡ ସଂକ୍ରମଣ

ଦିନକୁ ଦିନ ଜିଲ୍ଲାରେ କୋଭିଡ ସଂକ୍ରମଣ ବଢିବାରେ ଲାଗିଛି । ଲକଡାଉନ ଓ ସପ୍ତାହାନ୍ତ ସଟଡାଉନକୁ ମାନୁନଥିବା ଅମାନିଆଙ୍କୁ ଫାଇନ କାଟୁଛି ପୋଲିସ । ଅଧିକ ପଢନ୍ତୁ...

କୋଭିଡ ନିୟମ ଭାଙ୍ଗୁଥିବା ଅମାନିଆଙ୍କୁ ଜୋରିମାନା କଲା କେନ୍ଦ୍ରାପଡା ପୋଲିସ
କୋଭିଡ ନିୟମ ଭାଙ୍ଗୁଥିବା ଅମାନିଆଙ୍କୁ ଜୋରିମାନା କଲା କେନ୍ଦ୍ରାପଡା ପୋଲିସ

By

Published : Jun 1, 2021, 4:15 PM IST

କେନ୍ଦ୍ରାପଡ଼ା:ଅମାନିଆ ସାବଧାନ, ପୁଣି ସାବାଡ଼ ମୁଡରେ ପୋଲିସ । ଲକଡାଉନ ପରେ ମଧ୍ୟ ସଂକ୍ରମଣ ହ୍ରାସ ହେଉନଥିବାରୁ ଆକ୍ସନ ମୁଡରେ କେନ୍ଦ୍ରାପଡ଼ା ପୋଲିସ । ରାଜ୍ୟରେ କୋଭିଡ ସଂକ୍ରମଣ ଦୈନିକ କମୁଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହାର ବୃଦ୍ଧି ଘଟିବାରେ ଲାଗିଛି । ଗତକାଲି ଓ ଆଜି ଦୁଇଦିନରେ ଜିଲ୍ଲାରେ ୭୦୦ରୁ ଊର୍ଦ୍ଧ୍ବ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ଛୁଇଁଛି ।

କୋଭିଡ ନିୟମ ଭାଙ୍ଗୁଥିବା ଅମାନିଆଙ୍କୁ ଜୋରିମାନା କଲା କେନ୍ଦ୍ରାପଡା ପୋଲିସ

ସକାଳ ୭ରୁ ପୂର୍ବାହ୍ନ ୧୧ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକମାନଙ୍କୁ ଅନୁମତି ଥିବାବେଳେ କିଛି ଅମାନିଆ ଦୁଇଚକିଆ ଓ ଚାରିଚକିଆ ଗାଡ଼ିରେ ମନଇଚ୍ଛା ବୁଲିବାର ଦେଖାଯାଇଛି । ଏନେଇ କେନ୍ଦ୍ରାପଡ଼ା ଟାଉନ ଥାନା ପକ୍ଷରୁ ଆଜି ସହରର ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ଅମାନିଆଙ୍କୁ ତଣ୍ଡ(ଜୋରିମାନା)କରାଯାଇଥିଲା ।

କୋଭିଡ ସଂକ୍ରମଣ ହ୍ରାସ ଦୃଷ୍ଟିରୁ କରାଯାଇଥିବା ଲକଡାଉନ ଓ ସପ୍ତାହାନ୍ତ ସଟଡାଉନ ବର୍ତ୍ତମାନ ଜିଲ୍ଲାରେ ଫଳପ୍ରଦ ହେଉନଥିବା ବେଳେ ବାଧ୍ୟ ହୋଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓ ଅମାନିଆଙ୍କୁ ଜୋରିମାନା କରୁଛି ବୋଲି କହିଛନ୍ତି ଟାଉନ ଥାନା ସବ ଇନ୍ସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ବାଳ ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details