ଓଡିଶା

odisha

କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗ, ବିବାହ ଭୋଜି ଅଧାରୁ ବନ୍ଦ କଲା ପ୍ରଶାସନ

By

Published : Jul 9, 2020, 7:46 AM IST

କେନ୍ଦ୍ରାପଡାରେ ପ୍ରଥମକରି କୋଭିଡ୍ ନିୟମ ଉଲଙ୍ଘନ କରୁଥିବା ଅଭିଯୋଗରେ ବିବାହ ଭୋଜି ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ରିସେପସନ୍ ଭୋଜି ଚାଲିଥିବାବେଳେ ପାଟକୁରା ପୋଲିସ ଚଢାଉ କରି ଏହାକୁ ଅଧାରୁ ବନ୍ଦ କରିଛି ।

କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗ, ବିବାହ ଭୋଜି ଅଧାରୁ ବନ୍ଦ କଲା ପ୍ରଶାସନ
କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗ, ବିବାହ ଭୋଜି ଅଧାରୁ ବନ୍ଦ କଲା ପ୍ରଶାସନ

କେନ୍ଦ୍ରାପଡା: ଜିଲ୍ଲାରେ ପ୍ରଥମକରି କୋଭିଡ୍ ନିୟମ ଉଲଙ୍ଘନ କରୁଥିବା ଅଭିଯୋଗରେ ବିବାହ ଭୋଜି ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ପାଟକୁରା ଥାନା ଆୟତପୁର ଗ୍ରାମରେ ଏକ ବିବାହ ରିସେପସନ୍ ଭୋଜି ଚାଲିଥିବାବେଳେ ପାଟକୁରା ପୋଲିସ ଚଢାଉ କରି ଏହାକୁ ଅଧାରୁ ବନ୍ଦ କରିଛି ।

କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗ, ବିବାହ ଭୋଜି ଅଧାରୁ ବନ୍ଦ କଲା ପ୍ରଶାସନ

ଆୟତପୁର ଗ୍ରାମର ଅରୁଣ ସାମନ୍ତରାୟ ବିବାହ କରିଥିଲେ । ବୁଧବାର ତାଙ୍କର ରିସେପସନ୍ ଥିବାବେଳେ ସେ ଅନୁମତି ଆଣି 50 ଜଣ ଭିତରେ ଏକ ଭୋଜିର ଆୟୋଜନ କରିଥିଲେ । କିନ୍ତୁ ସ୍ଥାନୀୟ ଆରଆଇ ଓ ପାଟକୁରା ପୋଲିସ୍ ଅଧିକ ଲୋକଙ୍କ ପାଇଁ ଆୟୋଜନ ହେଉଥିବାର ଖବରପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ଭୋଜିଭାତ ବନ୍ଦ କରିଛନ୍ତି ।

ସେପଟେ ଖାଇବା ସମୟ ହୋଇଥିବାରୁ ନିମନ୍ତ୍ରିତ ଅତିଥି ଏବଂ ଗ୍ରାମବାସୀ ଆସୁଥିବାବେଳେ ପୋଲିସକୁ ଦେଖି ଅଧାବାଟରୁ ଫେରିଛନ୍ତି । ତେବେ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details