ଓଡିଶା

odisha

ETV Bharat / state

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ସଶ୍ରମ କାରାଦଣ୍ଡ, ୬ବର୍ଷ ପରେ ସଜ୍ଜା ଶୁଣାଇଲେ କୋର୍ଟ

୨୦୧୬ ମେ ମାସ ୧୮ ତାରିଖ ଦିନ ମୃତକ ମାନସୀ ମଲିକ ମୃତ୍ୟୁ ଘଟଣା । ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ସଶ୍ରମ କାରାଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଅଧିକ ପଢନ୍ତୁ

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ସଶ୍ରମ କାରାଦଣ୍ଡ, ୬ବର୍ଷ ପରେ ସଜ୍ଜା ଶୁଣାଇଲେ କୋର୍ଟ
ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ସଶ୍ରମ କାରାଦଣ୍ଡ, ୬ବର୍ଷ ପରେ ସଜ୍ଜା ଶୁଣାଇଲେ କୋର୍ଟ

By

Published : Oct 27, 2022, 7:56 PM IST

କେନ୍ଦ୍ରାପଡ଼ା:ଗତ ୨୦୧୬ ମେ ମାସ ୧୮ ତାରିଖ ଦିନ ମୃତକ ମାନସୀ ମଲିକ ମୃତ୍ୟୁ ଘଟଣା । ପତ୍ନୀହନ୍ତା ସ୍ବାମୀ ତଥା ଅଭିଯୁକ୍ତ ପ୍ରଦୀପ ମଲିକଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା । ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଲେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାନନୀୟ ଅଜୟ କୁମାର ପ୍ରଧାନ।ମାନସୀଙ୍କୁ ତାଙ୍କ ସ୍ବାମୀ ତଥା ଅଭିଯୁକ୍ତ ପ୍ରଦୀପ ମଲିକ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ ମାନସୀଙ୍କ ଭାଉଜ ବବିତା ମଲିକ ।

ମାନସୀ ୨ ବର୍ଷ ପୂର୍ବରୁ ଅର୍ଥାତ ୨୦୧୪ ମସିହାରେ ହିନ୍ଦୁ ରୀତିନୀତି ଅନୁସାରେ ପାଟକୁରା ଥାନା ଅନ୍ଧାଳୋ ଗାଁର ଝୁଲ ମଲିକଙ୍କ ପୁତ୍ର ପ୍ରଦୀପଙ୍କୁ ବିବାହ କରିଥିଲେ । ବିବାହ ପରେ ଅନେକ ଥର ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିବାରୁ ମାନସୀ ନିଜ ବାପଘର ବିରିଜଙ୍ଗାରେ ରହି ମୂଲ ଲାଗୁଥିଲେ । ତେବେ ଘଟଣା ଦିନ ମାନସୀ ନିଜ ଭାଉଜ ବବିତା ସହ ବିଲରେ କାମ କରୁଥିବାବେଳେ, ଅଭିଯୁକ୍ତ ପ୍ରଦୀପ ଘଟଣାର ଆପୋଷ ବୁଝାମଣା ପାଇଁ ମାନସୀଙ୍କୁ କୌଶଳ କରି ଏକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲା । ପୂର୍ବ ଯୋଜନା ମୁତାବକ ପ୍ରଦୀପ ଏକ ଧାରୁଆ ଅସ୍ତ୍ରରେ ମାନସୀଙ୍କୁ ହତ୍ୟା କରି ମୃତଦେହକୁ ଦୁଇଖଣ୍ଡ କରି ଦେଇଥିଲା ।

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ ସଶ୍ରମ କାରାଦଣ୍ଡ, ୬ବର୍ଷ ପରେ ସଜ୍ଜା ଶୁଣାଇଲେ କୋର୍ଟ

ଏହା ବି ପଢନ୍ତୁ- ଧାନ ବିଲରେ ଚରିଯାଉଛି ଅଜଣା ପୋକ, ଋଣ ସୁଝିବା ଚିନ୍ତାରେ ଚାଷୀ

ଏହି ବର୍ବର ହତ୍ୟାକାଣ୍ଡ ସମ୍ପର୍କରେ ବବିତା ପାଟକୁରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ୧୪୧/୨୦୧୬ରେ ମାମଲା ରୁଜୁ କରି ଦଫା ୩୦୨ରେ ଅଭିଯୁକ୍ତ ପ୍ରଦୀପକୁ ଗିରଫ କରିଥିଲା । ଏହି ହତ୍ୟା ମାମଲାରେ ମୋଟ ୨୨ ଜଣ ସାକ୍ଷ୍ୟ ପ୍ରମାଣ ପ୍ରଦୀପଙ୍କ ବିରୋଧରେ ଯାଇଥିବା ଓ ଏହି ବର୍ବରୋଚିତ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଦୋଷ ସ୍ବୀକାର କରିଥିବାବେଳେ, ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ରାୟ ଶୁଣାଇଛନ୍ତି । ରାୟ ଶୁଣାଇବା ପରେ ପ୍ରଦୀପକୁ କଡା ସୁରକ୍ଷା ବଳୟ ମଧ୍ୟରେ ସ୍ଥାନୀୟ କେନ୍ଦ୍ରାପଡା ଉପ କାରଗାରକୁ ପଠାଯାଇଥିବା ସୂଚନା ଦେଇଛନ୍ତି ସରକାରୀ ଓକିଲ ସଞ୍ଜୟ ଜେନା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details