ଓଡିଶା

odisha

ETV Bharat / state

ଖାକି ପୋଷାକରେ ଦାଦାଗିରି ! ଅଟୋ ଚାଳକକୁ ନିର୍ଦ୍ଧୁମ ଛେଚିଲେ ମହିଳା ପୋଲିସ

ବିଚ ରାସ୍ତାରେ ଜଣେ ଅଟୋ ଚାଳକକୁ ଅଟକାଇ ନିସ୍ତୁକ ମାଡ । ଏପରି ଦୁଃସାହସ କାର୍ଯ୍ୟ ପାଇଁ ମହିଳା ଅଫିସରଙ୍କୁ କିଏ ଦେଲା କ୍ଷମତା ନା ନିଜର ଖାକି ପୋଷାକର ଗରମ ଦେଖାଇ ଏଭଳି ଅତ୍ୟାଚାର କରୁଛନ୍ତି ତାହାକୁ ନେଇ ଉଠୁଛି ପ୍ରଶ୍ନ। ଅଧିକ ପଢନ୍ତୁ...

By

Published : Jan 11, 2021, 8:19 PM IST

ଖାକି ପୋଷାକରେ ଦାଦାଗିରି
ଖାକି ପୋଷାକରେ ଦାଦାଗିରି

କେନ୍ଦ୍ରାପଡା: ବିଚ୍ ରାସ୍ତାରେ ଅଟୋ ଚାଳକଙ୍କୁ ଅଟକାଇ ନିସ୍ତୁକ ମାଡ଼। ଏହି ମାଡ଼ ଆଉ କେହି ମାରୁନାହାନ୍ତି ବରଂ ଖାକି ପୋଷାକ ପିନ୍ଧିଥିବା ଜଣେ ମହିଳା ପୋଲିସ କର୍ମଚାରୀ ଓ ସାଙ୍ଗରେ ସାଧା ପୋଷାକରେ ଥିବା ଅନ୍ୟଜଣେ କର୍ମଚାରୀ। ଏଭଳି ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ଖାକି ପୋଷାକରେ ଦାଦାଗିରି

ବିଚ ରାସ୍ତାରେ ଜଣେ ଅଟୋ ଚାଳକକୁ ଅଟକାଇ ଏପରି ଦୁଃସାହସ କାର୍ଯ୍ୟ ପାଇଁ ମହିଳା ଅଫିସରଙ୍କୁ କିଏ ଦେଲା କ୍ଷମତା ନା ନିଜର ଖାକି ପୋଷାକର ଗରମ ଦେଖାଇ ଏଭଳି ଅତ୍ୟାଚାର କରୁଛନ୍ତି ତାହାକୁ ନେଇ ଉଠୁଛି ପ୍ରଶ୍ନ। ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ବଭାବିକ ଯେ, ପୋଲିସ କାହା ପାଇଁ ? ନିଜ ପାୱାର ଦେଖାଇବା ପାଇଁ ନା ଲୋକଙ୍କ ସୁରକ୍ଷା ପାଇଁ, ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଜମ୍ବୁ ମେରାଇନ୍ ଥାନାର ଦୁଇ କର୍ମଚାରୀ ଗତକାଲି(ରବିବାର) ଏକ ଗାଡିରେ କୌଣସି କାମରେ ଯାଉଥିବାବେଳେ ଅଟୋ ଚାଳକଟି ତାଙ୍କ ଗାଡିରେ ସାମାନ୍ୟ ଧକ୍କା ଦେଇ ସେଠାରୁ ଚାଲି ଆସିଥିଲା। ଯେଉଁଥିପାଇଁ ରାଗ ତମତମ ହୋଇ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ ଉଭୟ କର୍ମଚାରୀ।

ଡ୍ରାଇଭରକୁ ଜୋର ଜବରଦସ୍ତ ରାସ୍ତାରେ ଅଟକାଇ ମାଡ଼ବା ଆରମ୍ଭ କରିଦେଇଥିଲେ। ଏହି ଭିଡ଼ିଓଟିକୁ ସେଠାରେ ଉପସ୍ଥିତ ଜଣେ ସ୍ଥାନୀୟ ଲୋକ ଉତ୍ତୋଳନ କରିଥିଲେ। ଏହି ଦୁଇ କର୍ମଚାରୀ ଆଉ ଭୁଲିଗଲେ ହିତାହିତ ଜ୍ଞାନ ଯାହାକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି।

ଏଭଳି ଜନ ବିରୋଧୀ ସାଜିଥିବା ଦୁଇ ପୋଲିସ କର୍ମଚାରୀଙ୍କ ବିରୋଧରେ କେନ୍ଦ୍ରାପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details