ଓଡିଶା

odisha

ETV Bharat / state

କେନ୍ଦ୍ରାପଡା ନିର୍ବାଚନୀ ନୌକାରେ କଂଗ୍ରେସ ପ୍ରାର୍ଥୀ ଗଣେଶ୍ବର ବେହେରା

ପୁଣିଥରେ କଂଗ୍ରେସ ଦଳ ପୁରୁଣା ମୁହଁକୁ ଟିକେଟ ଦେଇଛି କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ। ଗତ ଦୁଇଥର ନିର୍ବାଚନରେ ବିଜେଡି ପ୍ରାର୍ଥୀ ଠାରୁ ହାରିଥିବା ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷ ଗଣେଶ୍ବର ବେହେରାଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛି ଦଳ।

By

Published : Mar 23, 2019, 2:52 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ପୁଣିଥରେ କଂଗ୍ରେସ ଦଳ ପୁରୁଣା ମୁହଁକୁ ଟିକେଟ ଦେଇଛି କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ। ଗତ ଦୁଇଥର ନିର୍ବାଚନରେ ବିଜେଡି ପ୍ରାର୍ଥୀ ଠାରୁ ହାରିଥିବା ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ଇସ୍ତାହାର କମିଟିର ଅଧ୍ୟକ୍ଷ ଗଣେଶ୍ବର ବେହେରାଙ୍କ ଉପରେ ପୁଣିଥରେ ଆସ୍ଥା ପ୍ରକଟ କରିଛି ଦଳ। ଆଉ କଂଗ୍ରେସର ଆଶା ରହିଛି ଯେ, କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବୈତରଣୀ ପାର କରିବେ ଗଣେଶ୍ବର।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ଦଳୀୟ ଟିକେଟ ପାଇଥିବାରୁ ସେ ଅତ୍ୟନ୍ତ ଆନନ୍ଦିତ। କଂଗ୍ରେସ କର୍ମୀ ଓ ହାଇ କମାଣ୍ଡଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସେ ଆଶା ରଖିଛନ୍ତି ଯେ, କେନ୍ଦ୍ରାପଡା ବିଧାନସଭାର ଭୋଟର ମାନେ ତାଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନକୁ ଭୋଟରେ ପରିଣତ କରି ଚଳିତ ଥର ବିଜୟର ଟିକା ପିନ୍ଧାଇବେ।

ଗଣେଶ୍ବର କହିଛନ୍ତି ଯେ, କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରଟି ପ୍ରତିନିଧି ଛେଉଣ୍ଡ ହୋଇଯାଇଛି। ବିଭିନ୍ନ ସମସ୍ୟା ନେଇ ସ୍ୱର ଉତ୍ତୋଳନ ହେବା ପରେ ବି ସମାଧାନର ବାଟ ବାହାରିନି। ତେଣୁ ଏହି ଆସନରେ ବିଜୟୀ ହେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।

ଅନ୍ୟପଟେ କେନ୍ଦ୍ରାପଡାରେ ଏକ ଅତ୍ୟାଧୁନିକ ବିଶ୍ୱ ସ୍ତରୀୟ ମେଡିକାଲ ଓ ମେଡିକାଲ କଲେଜ ନିର୍ମାଣ ଉପରେ ଗୁରୁତ୍ୱ ଦେବା ସହ ଜଳ ନିଷ୍କାସନର ସମସ୍ୟା, ଗୋବରୀ କେନାଲର ପୁନଃଋଦ୍ଧାର ଆଦି ପ୍ରସଙ୍ଗକୁ ଜନତା ଜନାର୍ଦ୍ଦନ ନିକଟକୁ ନେଇ ସେ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ସ୍ଥିର କରିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details