କେନ୍ଦ୍ରାପଡା: ସଦର ଥାନାର ଦୁହୁରିଆ ନିକଟରେ ଥିବା ଏକ ଘରୋଇ କଲେଜର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ।
ନୟନବିହାରରେ ଥିବା ହଷ୍ଟେଲ(ଛାତ୍ରୀନିବାସ)ରେ ସନ୍ଧ୍ୟା ସମୟରେ ଛାତ୍ରୀମାନେ ପ୍ରାର୍ଥନା କରୁଥିବା ସମୟରେ ହଷ୍ଟେଲର ପରିଚାଳିକା ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଥିବା ଜାଣି ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଘୋଷଣା ପରେ ତାଙ୍କୁ ଡାକ୍ତରଖାନା ଆଣି ଆସିଥିବା ପରିଚାଳିକା ଜଣଙ୍କ ସେଠାରୁ ଫେରାର ହୋଇଯାଇଥିଲେ ।