ଓଡିଶା

odisha

ETV Bharat / state

ପାଟକୁରା ନିର୍ବାଚନ ମଣ୍ଡଳୀ: ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ - Kendrapara

କେନ୍ଦ୍ରାପଡା ପାଟକୁରା ନିର୍ବାଚନ ମଣ୍ଡଳୀରୁ ଦୁଇଜଣ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା 29 ତାରିଖରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ମତଦାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Apr 5, 2019, 10:23 AM IST

Updated : Apr 5, 2019, 10:36 AM IST

କେନ୍ଦ୍ରାପଡା: ଆସନ୍ତା 29ରେ କେନ୍ଦ୍ରାପଡ଼ାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ମତଦାନ। 2019 ସାଧାରଣ ନିର୍ବାଚନରେ ହେବାକୁ ଥିବା ଚାରି ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ଆସନ୍ତା ୨୯ ତାରିଖରେ ମତଦାନ କରିବେ। ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ଗୁରୁବାର ପାଟକୁରା ନିର୍ବାଚନ ମଣ୍ଡଳୀର ଦୁଇଜଣ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ସେମାନେ ଏହି ନିର୍ବାଚନ ମଣ୍ଡଳୀ ପାଇଁ ଅବସ୍ଥାପିତ ନିର୍ବାଚନ ଅଧିକାରୀ ତଥା ଉପ-ଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଅଧିକ ପଢନ୍ତୁ: ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଅଭିଯୋଗ

ତେବେ ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀତ୍ବକୁ ବିରୋଧ କରାଯାଉଥିବାବେଳେ ସ୍ୱାଧିନ ପ୍ରାର୍ଥୀ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଜଣାପଡିଛି । ଯୋଜନା ଗୁଡିକ ସଫଳ ରୂପାୟନ କରିବା ସହ ବିଧାୟକ ରିଲିଫ ଫଣ୍ଡ ଗଠନ କରି ଅସହାୟ ଲୋକଙ୍କର ସେବା କରିବା ପାଇଁ ପ୍ରାର୍ଥୀ ଦିବ୍ୟସିଂହ କହିଥିବା ବେଳେ ପାଟକୁରା ତଥା କେନ୍ଦ୍ରାପଡ଼ା ଜିଲ୍ଲାରେ ରହିଥିବା ଚାଷୀ, ଶିକ୍ଷା, ଗମନାଗମନ ଭଳି ସମସ୍ୟାକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନରେ ବିଜୟୀ ହେବେ ବୋଲି କହିଛନ୍ତି ଅନ୍ୟଜଣେ ପ୍ରାର୍ଥୀ ପରମାନନ୍ଦ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Apr 5, 2019, 10:36 AM IST

ABOUT THE AUTHOR

...view details