ଓଡିଶା

odisha

ETV Bharat / state

ସାପ କାମୁଡ଼ାରେ ଭାଇଭଉଣୀ ମୃତ

ଶୁକ୍ରବାର ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଗୋବିନ୍ଦପୁର ଗାଁର ଅରୁଣ କୁମାର ଦାଶଙ୍କର ୧୧ ବର୍ଷର ପୁଅ ଅଭିଷେକ ଓ ୩ ବର୍ଷର ଝିଅ ଭୂମିକାର ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...

By

Published : May 8, 2021, 12:52 PM IST

ସାପ କାମୁଡ଼ାରେ ଭାଇଭଉଣୀ ମୃତ
ସାପ କାମୁଡ଼ାରେ ଭାଇଭଉଣୀ ମୃତ

କେନ୍ଦ୍ରାପଡା:ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଅଘଟଣ । ଶୁକ୍ରବାର ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଗୋବିନ୍ଦପୁର ଗାଁର ଅରୁଣ କୁମାର ଦାଶଙ୍କର ୧୧ବର୍ଷର ପୁଅ ଅଭିଷେକ ଓ ୩ ବର୍ଷର ଝିଅ ଭୂମିକାର ମୃତ୍ୟୁ ଘଟିଛି।

ସାପ କାମୁଡ଼ାରେ ଭାଇଭଉଣୀ ମୃତ

ସୂଚନାନୁଯାୟୀ,ଶୁକ୍ରବାର ରାତିରେ ମାଙ୍କ ପାଖରେ ଅଭିଷେକ ଓ ଭୂମିକା ଶୋଇଥିଲେ ହେଲେ ବିଳମ୍ବିତ ରାତିରେ ପ୍ରଥମେ ଅଭିଷେକର ହାତକୁ ସାପ କାମୁଡି ଥିଲା। ଅଭିଷେକ ଚିତ୍କାର କରିବାରୁ ଘର ଲୋକେ ଉଠିପଡ଼ି ଦେଖିଲା ବେଳକୁ ସାପଟି ନିକଟରେ ଖେଳୁଛି ଏବଂ ଅଭିଷେକର ହାତରୁ ରକ୍ତ ବାହାରୁଛି।

ଚିକିତ୍ସା ପାଇଁ ପ୍ରଥମେ ଅଭିଷେକକୁ ଯାଜପୁର ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ସେହିପରି ତିନି ବର୍ଷର ଝିଅ ଭୂମିକା ମଧ୍ୟ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହାକୁ ନେଇ ଗୋବିନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details