କେନ୍ଦ୍ରାପଡା:ସରକାର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଇ ତାଙ୍କ ମୁହଁରେ ହସ ଫୁଟାଉଛନ୍ତି । କିନ୍ତୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ବିଡିଓ ଓ ବ୍ଲକ ଯୋଗାଣ ଅଧିକାରୀଙ୍କ ମନମାନି ପାଇଁ ହିତାଧିକାରୀ ୪ ମାସ ହେବ ରାସନ ପାଉନଥିବା ଅଭିଯୋଗ ହୋଇଛି । ଫଳରେ ଶତାଧିକ ଗ୍ରାମବାସୀ ନ୍ୟାୟ ପାଇଁ ବ୍ଲକ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ।
ରାସନ ସାମଗ୍ରୀ ନପାଇ ଚାରିମାସ ହନ୍ତସନ୍ତ ହୋଇଛନ୍ତି ହିତାଧୀକାରୀ । ବାରମ୍ବାର ବିଡିଓଙ୍କୁ ଜଣାଇବାର ପରେ ବି ନିରାଶ ହୋଇଥିଲେ କାର୍ଡଧାରୀ । ଆଉ ଶେଷରେ ନ୍ୟାୟ ପାଇଁ ଯୋଗାଣ ଅଧିକାରୀ ଓ ବିଡିଓ ଅଫିସ ଘେରିଛନ୍ତି ରାଜନଗର ବ୍ଲକ କେରେଡାଗଡ ପଞ୍ଚାୟତର ଶତାଧିକ ହିତାଧିକାରୀ । ଜାନୁୟାରୀରୁ ଏପ୍ରିଲ ୪ମାସ ହେବ ରାସନ ସାମଗ୍ରୀ ହିତାଧିକାରୀଙ୍କୁ ବଣ୍ଟନ କରାଯାଇନଥିବା ଅଭିଯୋଗ ହୋଇଛି ।