ଓଡିଶା

odisha

ETV Bharat / state

‘ରାଜଧର୍ମ ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ’

ପାଟକୁରା ନିର୍ବାଚନ ପୂର୍ବରୁ ଅଶାନ୍ତ କେନ୍ଦ୍ରାପଡା ସହର । ସହରରେ ଗୁଳିକାଣ୍ଡ ପରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ରାସ୍ତାରୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jul 14, 2019, 10:29 PM IST

କେନ୍ଦ୍ରାପଡା: ‘ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ । ରାଜଧର୍ମ ଅର୍ଥ ଦୋଷୀ ଯେକେହି ବି ହୁଅନ୍ତୁ ନା କାହିଁକି ଏହାକୁ ରାଜନୈତିକ ଚଷମାରେ ନଦେଖି ଅପରାଧୀଙ୍କୁ ଦଣ୍ଡବିଧାନ କରନ୍ତୁ ।’ ପାଟକୁରା ନିର୍ବାଚନ ପୁର୍ବରୁ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରଗଡ଼ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁରେଶ ପୂଜାରୀ । ନିଜ ମତ ରଖି ସରକାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି ସାଂସଦ ।

ପ୍ରକାଶ ଥାଉ କି, ଗତକାଲି (13 ଜୁଲାଇ) ରାତିରେ ଧର୍ମରକ୍ଷା ସେନାର ଜିଲ୍ଲା ସଭାପତି ତଥା ଯୁବ ବ୍ୟବସାୟୀ ବିବେକାନନ୍ଦ ମହାରଣାଙ୍କୁ ଗୁଳିମାଡ଼ ହୋଇଥିଲା । ଯାହାକୁ ନେଇ ଆଜି(14 ଜୁଲାଇ) ଦିନ ତମାମ ତିନିମୁହାଣୀ, ଦୁହୁରିଆ, ଚଟିପୋଲ ଇତ୍ୟାଦି ସ୍ଥାନରେ ରାସ୍ତାବନ୍ଦ ରହିଥିଲା । ଫଳରେ ଶହ ଶହ ଯାତ୍ରୀ ହଇରାଣ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବର୍ତ୍ତମାନ ପାଟକୁରା ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ତିନି ଦଳର ନେତା ଓ ବିଧାୟକ ରହୁଛନ୍ତି । ନିର୍ବାଚନକୁ ଆଉ ମାତ୍ର 6 ଦିନ ବାକି ରହିଛି । ଏଭଳି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଗୁଳି ଫୁଟିବା ସାଧାରଣ କଥା ନୁହେଁ ।

ଜିଲ୍ଲା ପୋଲିସର ଅକ୍ଷମତା ପାଇଁ ଅପରାଧୀଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇନଥିବାବେଳେ ଜନସାଧାରଣ ଦୀର୍ଘ ସମୟ ଧରି ରାସ୍ତା ବନ୍ଦ କରିଥିଲେ । ମାତ୍ର ଏହି ସମୟରେ ମଧ୍ୟ ପୋଲିସର ଭୂମିକା ଅତି ନଗଣ୍ୟ ଥିଲା । ଆନ୍ଦୋଳନକାରୀଙ୍କୁ ବୁଝାଇ ଏହି ରାସ୍ତାରୋକକୁ ହଟାଯାଇପାରିଥାନ୍ତା ।

କିନ୍ତୁ ପୋଲିସ ଏପରି କାର୍ଯ୍ୟ କରିନଥିଲା । ଫଳରେ ସେମାନଙ୍କର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠୁଛି ବୋଲି କହିଛନ୍ତି ପୂଜାରୀ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details