ଓଡିଶା

odisha

ETV Bharat / state

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା - ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ଗତକାଲିଠୁ ୩ ଦିନ ଧରି ବିଜେପି ଅନୁସୂଚିତ ଜାତି ଓ ଜନଜାତି ଆନ୍ଦୋଳନ କରୁଛି । ଏହି କ୍ରମରେ ବିଜେପି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି । ଅଧିକ ପଢନ୍ତୁ...

ବିଜେପି ଅନୁସୂଚିତ ଜନଜାତି ଆନ୍ଦୋଳନ, କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ବିଜେପି ଅନୁସୂଚିତ ଜନଜାତି ଆନ୍ଦୋଳନ, କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

By

Published : Aug 10, 2021, 3:31 PM IST

କେନ୍ଦ୍ରାପଡ଼ା: ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଦଳିତ ବିରୋଧ ଅଭିଯୋଗ ଆଣିଛି ବିଜେପି ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା । ଜଗତସିଂହପୁରରେ ଆନ୍ଦୋଳନରତ ମହିଳାଙ୍କୁ ଆକ୍ରମଣ ଓ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ମୂର୍ତ୍ତି ଭାଙ୍ଗିଥିବା ବିଜେଡ଼ି କର୍ମୀଙ୍କୁ ସରକାର ଗିରଫ ନ କରିଥିବାରୁ ଏହାର ପ୍ରତିବାଦରେ ସାରା ରାଜ୍ୟରେ ଆନ୍ଦୋଳନ କରୁଛି ବିଜେପି । ଏହି କ୍ରମରେ ଆଜି(ମଙ୍ଗଳବାର) ବିଜେପି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।

ବିଜେପି ଅନୁସୂଚିତ ଜନଜାତି ଆନ୍ଦୋଳନ, କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା ଆଳି ବାଳକାଟି ପଞ୍ଚାୟତରେ ଦଳିତ ପରିବାରକୁ ଆକ୍ରମଣ, ଜଗତସିଂହପୁର ନାଉଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମନରେଗା ଟଙ୍କା ହେରଫେର ଘଟଣାରେ ନ୍ୟାୟ ପାଇବା ପାଇଁ ଆନ୍ଦୋଳନରତ ମହିଳାଙ୍କୁ ବିଳମ୍ବିତ ରାତିରେ ଆକ୍ରମଣ ଓ ସମ୍ବିଧାନ ପ୍ରଣେତା ଡ଼ଃ ଆମ୍ବେଦକରଙ୍କ ମୂର୍ତ୍ତି ଭଙ୍ଗାଯିବା ଭଳି ୨ଟି ଘଟଣାରେ ବିଜେଡି ଦଳର କର୍ମୀ ଓ ନେତା ସଂପୃକ୍ତ ଥିବା ବିଜେପି ଅଭିଯୋଗ କରିଛି । ପୋଲିସ ସେମାନଙ୍କୁ ଗିରଫ ନକରି ଟାଳଟୁଳ ନୀତି ଅବଲମ୍ବନ କରିବାରୁ ଏହାକୁ ଜୋରଦାର ପ୍ରତିବାଦ କରିଛି ବିଜେପି । ଏଥିଲାଗି ଚଳିତମାସ ୯,୧୦ ଓ ୧୧ ତାରିଖରେ ସାରା ରାଜ୍ୟରେ ବିଜେପି ଅନୁସୂଚିତ ଜାତି ଓ ଜନଜାତି ଆନ୍ଦୋଳନ କରୁଛି ।

ଏହି କ୍ରମରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଏକ ବିଶାଳ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ବାଳକାଟି ଦଳିତ ପରିବାରକୁ ଆକ୍ରମଣ ଘଟଣାରେ ବିଜେପି ଦୀର୍ଘ ଏକ ସପ୍ତାହ ପର୍ଯ୍ୟନ୍ତ SPଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଏସପି ଏହି ଘଟଣାର ନିରପେକ୍ଷ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ଭଙ୍ଗ କରାଯାଇଥିଲା ।

ମାତ୍ର ଏହି ଘଟଣାକୁ ୪୦ ଦିନ ବିତିଯାଇଥିଲେ ମଧ୍ୟ ଅପରାଧୀଙ୍କୁ ଗିରଫ କରାଯାଇନାହିଁ । ସେପଟେ ଆଳି IIC ସଲିଲ ପ୍ରଧାନଙ୍କୁ ଟ୍ରାନ୍ସଫର କରାନଯିବା ଏବଂ ଦଳିତ ପରିବାର ବିରୋଧରେ ଲଗାଯାଇଥିବା ମାମଲାକୁ ଖାରଜ କରାଯାଇନଥିବାରୁ ବିଜେପି ଆଜି ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦେଇଛି । କିନ୍ତୁ ଆଗକୁ ବିଜେପି ଅନୁସୂଚିତ ଜାତି ଓ ଉପଜାତି ଆଇନ ଅମାନ୍ୟ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ସଭାପତି ବିଭୁ ତରାଇ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details